www.samajalive.in
Friday, December 12, 2025
26.1 C
Bhubaneswar

ମଇଦାନରେ ଯୁବ-ଛାତ୍ର ସଙ୍ଗଠନ ନେତା, ଯୁବ ଭୋଟ ଉପରେ ତିନି ଦଳର ନଜର

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସ ଯୁବ-ଛାତ୍ରଙ୍କୁ ଗୁରୁତ୍ବ ଦେଇ ଦଳୀୟ ଟିକଟ ପ୍ରଦାନ କରିଛନ୍ତି। ତିନି ପ୍ରମୁଖ ଦଳ ଘୋଷଣା କରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ବହୁ ନେତା ଯୁବ-ଛାତ୍ର ସଙ୍ଗଠନର ନେତୃତ୍ବ ନେଉଥିବା ନେତାଙ୍କୁ ସୁଯୋଗ ଦେଇଛନ୍ତି। ବହୁ ଯୁବ-ଛାତ୍ର ନେତା ମଧ୍ୟ ଟିକଟ ପାଇବାରୁ ବଞ୍ଚିତ ହୋଇଛନ୍ତି। କେତେକ ଦଳ ପରିବର୍ତ୍ତନ କରିିଥିବାବେଳେ ଆଉ କେତେକ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ୟାସିର ନୱାଜଙ୍କୁ ଚଳିତ ନର୍ବାଚନରେ ଦଳ ସାଂସଦ ପ୍ରାର୍ଥୀ କରିଛି। ୟାସିର ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଛାତ୍ର ସଙ୍ଗଠନକୁ କ୍ରିୟାଶୀଳ କରୁଥିବାରୁ ଉପହାର ସ୍ବରୂପ ୟାସିରଙ୍କୁ କଂଗ୍ରେସ ଭରସା କରିଛି। ଅନୁରୂପ ଭାବେ ଯୁବ କଂଗ୍ରେସର ଲିପିକା ମାଝିଙ୍କୁ ଚଳିତ ନିର୍ବାଚନରେ ଡାବୁଗାଁ ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି। ଯୁବ କଂଗ୍ରେସ ଉପ-ସଭାପତି ସାଗର ଦାସ ମଧ୍ୟ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସାଗରଙ୍କୁ ଚଳିତ ନିର୍ବାଚନରେ ଭବାନୀପାଟଣାରୁ ପ୍ରାର୍ଥୀ କରାଯାଇଛି।

- Advertisement -

ଯୁବ କଂଗ୍ରସର ପୂର୍ବତନ ସଭାପତି ଲୋକନାଥ ମହାରଥୀଙ୍କୁ ମହାକାଳପଡ଼ାରୁ ପ୍ରାର୍ଥୀ କରାଯାଇଛି। ସେହିପରି ଯୁବ କଂଗ୍ରେସର ପୂର୍ବତନ ଉପ-ସଭାପତିି ନିରଞ୍ଜନ ନାୟକଙ୍କୁ ପାରାଦ୍ବୀପ ନିର୍ବାଚନମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ କରିଛି କଂଗ୍ରେସ। ଏହା ବ୍ୟତୀତ ଦଳୀୟ ପଦରେ ନଥିଲେ ମଧ୍ୟ ବହୁ ଯୁବ ବର୍ଗଙ୍କୁ ଦଳ ସୁଯୋଗ ଦେଇଛି।

ଅନ୍ୟପକ୍ଷରେ ଶାସକ ବିଜେଡି ୨୦୨୪ରେ ଯୁବ ନେତୃତ୍ଵଙ୍କୁ ସୁଯୋଗ ଦେଇଛି। ଯୁବ ବିଜେଡିର ରାଜ୍ୟ ଉପ ସଭାପତି ସୁନିଲ ମହାନ୍ତିଙ୍କୁ ଚଳିତ ନିର୍ବାଚନରେ ପୁରୀ ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି। ଯୁବ ବିଜେଡିର ଉପ ସଭାପତି ଶୁଭାଶିଷ ଖୁଣ୍ଟିଆଙ୍କୁ ଚଳିତ ବର୍ଷ ବିଜେଡି ରାଜ୍ୟସଭାକୁ ପଠାଇଛି। ସେହିପରି ବିଜେଡି ଛାତ୍ର ସଭାପତି ଦେବୀରଞ୍ଜନ ତ୍ରିପାଠୀଙ୍କୁ ଦଳ ବାଙ୍କୀ ଆସନରୁ ପୁନର୍ବାର ପ୍ରାର୍ଥୀ କରିଥିବାବେଳେ ଯୁବ ବିଜେଡି ରାଜ୍ୟ ସଭାପତିି ବ୍ୟୋମକେଶ ରାୟଙ୍କୁ ପୁଣି ଥରେ ଚାନ୍ଦବାଲିରୁ ପ୍ରାର୍ଥୀ କରାଯାଇଛି। ଉଭୟ ଯୁବ ଓ ଛାତ୍ର ସଙ୍ଗଠନର ନେତୃତ୍ବ ନେଉଥିବାବେଳେ ଦଳ ସେମାନଙ୍କୁ ଟିକଟ ଦେଇଛି।

ସେହିପରି ବିଜେପି ପକ୍ଷରୁ ଯୁବ ମୋର୍ଚ୍ଚା ରାଜ୍ୟ ଉପ-ସଭାପତି ସଞ୍ଜଳି ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଛି। ବିଜେପି ଯୁବମୋର୍ଚ୍ଚାର ସଂଯୋଜକ ଲଳିତ ଦାସଙ୍କୁ ରାଜନଗର ଏବଂ ନୂଆପଡ଼ା ଜିଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିନନ୍ଦନ ପଣ୍ଡାଙ୍କୁ ନୂଆପଡ଼ା ଆସନରୁ ବିଧାୟକ ପ୍ରାର୍ଥୀ କରାଯାଇଛି। ନିକଟରେ ବିଜେପି ଯୁବ ମୋର୍ଚ୍ଚାର ନେତୃତ୍ବ ନେଉଥିବା ପୂର୍ବତନ ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ଓ ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କରାଯାଇଛି। ଇରାଶିଷ ଭଟ୍ଟଲି ଓ ଟଙ୍କଧର ଝାରସୁଗୁଡ଼ା ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏହା ବ୍ୟତୀତ ବିଜେପି ଯୁବ ମୋର୍ଚ୍ଚାର ଉପାସନା ମହାପାତ୍ରଙ୍କୁ ବ୍ରହ୍ମଗିରି, ମାନସ ଦତ୍ତଙ୍କୁ ବାଲେଶ୍ବର ଓ ସୂର୍ଯ୍ୟବଂଶୀ ସୂରଜଙ୍କୁ ଧାମନଗର ବିଧାନସଭା କ୍ଷେତ୍ରରେ ସୁଯୋଗ ମିଳିଛି।

ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଖଣ୍ଡପଡ଼ା ଟିକଟ ପାଇଁ ଆଶାୟୀ ଥିଲେ ମଧ୍ୟ ନିରାଶ ହୋଇଛନ୍ତି। ବିଜେଡି ତା’ର ଯୁବ-ଛାତ୍ର ସଭାପତିଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ଛାତ୍ର ସଭାପତିଙ୍କୁ ସୁଯୋଗ ଦେଇଛି। ମାତ୍ର ବିଜେପି ତା’ର ଯୁବ ମୋର୍ଚ୍ଚା ସଭାପତିଙ୍କୁ ପ୍ରାର୍ଥୀ କରିନି। ତିନି ଦଳର ଯୁବ-ଛାତ୍ର ସଙ୍ଗଠନରେ କାମ କରି ପ୍ରାର୍ଥୀ ହୋଇଥିବା ଅଧିକାଂଶ ନେତାଙ୍କର ବାପା ପୂର୍ବରୁ ପ୍ରତିନିଧିତ୍ବ କରୁଥିବା ଆସନରୁ ପ୍ରାର୍ଥୀ କରାଯାଇଛି। ଏହି ନେତାମାନେ ଏବେ ଯୁବ-ଛାତ୍ର ସଙ୍ଗଠନର ନେତୃତ୍ବ ନେଉଥିବାରୁ ଯୁବ ଭୋଟରଙ୍କ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ତିନି ଦଳ ଆଶା ବାନ୍ଧିଛନ୍ତି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories