ମନୀଷ ସିସୋଦିଆଙ୍କ ଦ୍ୱିତୀୟ ଜାମିନ ଆବେଦନ ଖାରଜ
ଡେସ୍କ: ମଦ ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କ ଦ୍ବିତୀୟ ଜାମିନ ଆବେଦନକୁ ଆଜି ଦିଲ୍ଲୀ ରାଉଜ୍ ଆଭେନ୍ୟୁ କୋର୍ଟ ଖାରଜ କରିଦେଇଛନ୍ତି। ସିସୋଦିଆ ଉଭୟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲାରେ ଜାମିନ ଆବେଦନ କରିଥିଲେ। ସିବିଆଇ ଏବଂ ଇଡିର ସ୍ୱତନ୍ତ୍ର ବିଚାରପତି କାବେରୀ ବାୱେଜା କହିଛନ୍ତି ଯେ ଜାମିନ ଦେବା ପାଇଁ ପରିସ୍ଥିତି ଠିକ୍ ନୁହେଁ। ଗତବର୍ଷ ମନୀଷ ସିସୋଦିଆଙ୍କୁ ପ୍ରଥମେ ଫେବୃଆରୀ ୨୬ରେ ସିବିଆଇ ଏବଂ ପରେ ମାର୍ଚ୍ଚ ୯ରେ ଇଡି ଗିରଫ କରିଥିଲା।
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ନିର୍ବାଚନ କମିଶନ
Comments are closed.