ଡେସ୍କ: ଆସନ୍ତାକାଲି ଉତ୍ତରପ୍ରଦେଶର ଅଯୋଧ୍ୟା ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଯୋଧ୍ୟାରେ ରହିବା ସମୟରେ ରାଷ୍ଟ୍ରପତି ଶ୍ରୀ ହନୁମାନ ଗଡ଼ୀ ମନ୍ଦିର, ପ୍ରଭୁ ଶ୍ରୀରାମ ମନ୍ଦିର ଏବଂ କୁବେର ଟିଲାରେ ଦର୍ଶନ ଓ ଆରତି କରିବେ। ସେ ପୂଜନ ଓ ଆରତି ମଧ୍ୟ କରିବେ।
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ନିର୍ବାଚନ କମିଶନ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ସନ୍ଧ୍ୟାରେ ଅଯୋଧ୍ୟାସ୍ଥିତ ଶ୍ରୀରାମ ଜନ୍ମଭୂମି ମନ୍ଦିର ପରିଦର୍ଶନ କରିବେ। ରାମ ମନ୍ଦିରର ପବିତ୍ରତା ସମାରୋହ ପରେ ଏହା ତାଙ୍କର ପ୍ରଥମ ରାମ ଜନ୍ମଭୂମି ଗସ୍ତ ହେବ। ରାଷ୍ଟ୍ରପତି ହନୁମାନଗଡ଼ୀ ଯାଇ ସନ୍ଧ୍ୟାରେ ଆରତୀରେ ଯୋଗଦେବେ।
ଯୌନ ନିର୍ଯାତନା ବିବାଦ – ଦେବେଗୌଡ଼ାଙ୍କ ନାତି ପ୍ରଜ୍ୱଲ ରେବନ୍ନାଙ୍କୁ ନିଲମ୍ବନ କଲା ଜେଡିଏସ୍
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଜି ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀମାନେ ହନୁମାନଗଡ଼ୀ, ରେଳ ଷ୍ଟେସନ, ରାମ ପଥ, ନୟା ଘାଟ ଓ ଅଯୋଧ୍ୟାର ଅନ୍ୟାନ୍ୟ ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁଙ୍କ ସ୍ୱତନ୍ତ୍ର ବିମାନ ଆସନ୍ତାକାଲି ଅପରାହ୍ନ ସାଢ଼େ ୪ଟାରେ ଅଯୋଧ୍ୟାରେ ପହଞ୍ଚିବ।
ଖଲିସ୍ତାନ ପତାକା ସହ ଭାରତୀୟ-ଆମେରିକୀୟ ରାଜନେତାଙ୍କ ଫଟୋକୁ ନେଇ ଉତ୍ତେଜନା



