www.samajalive.in
Friday, December 5, 2025
26.1 C
Bhubaneswar

ଏ ହେଉଛି ଦୁନିଆର ସବୁଠୁ ଧନୀ ପରିବାର, ସମ୍ପତ୍ତି ଜାଣିଲେ କହିବେ ଏଲନ୍‌ ମସ୍କ ତ ବହୁ ପଛରେ..

ସମାଜ ଡିଜିଟାଲ ଡେସ୍କ: ବିଶ୍ଵର ଜଣେ ଧନୀ ବ୍ୟକ୍ତି ହେଉଛନ୍ତି ଏଲନ ମସ୍କ, ଯାହାଙ୍କ ବିଷୟରେ ସମସ୍ତେ ଜାଣନ୍ତି। କିନ୍ତୁ ଆପଣ ଦୁନିଆର ସବୁଠାରୁ ଧନୀ ପରିବାର ବିଷୟରେ ଜାଣିଛନ୍ତି କି? ଏହି ପରିବାରର ବିଳାସପୂର୍ଣ୍ଣ ଜୀବନଶୈଳୀକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହୋଇଥାଏ। ହଜାର ହଜାର କୋଟିର ବିଳାସପୂର୍ଣ୍ଣ ଘର ସାଙ୍ଗକୁ କାର ସଂଖ୍ୟା ଏତେ ଯେ, ଯାହା କୌଣସି ବଡ ଶୋ’ରୁମରେ ମଧ୍ୟ ନଥିବ। ସେ ସବୁ ପୁଣି ବିଳାସପୂର୍ଣ୍ଣ ମଡେଲର କାର୍। ନିକଟରେ ପ୍ରକାଶିକ ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଏହି ପରିବାର ପାଖରେ ୮ଟି ଘରୋଇ ଜେଟ୍‌ ସହିତ ପ୍ରାୟ ୭୦୦ ବିଳାସପୂର୍ଣ୍ଣ କାର୍‌ ଏବଂ ଏକ ବିଳାସପୂର୍ଣ୍ଣ ବୋଟ୍‌ ରହିଛି, ଯେଉଁଥିରେ ଗଲ୍ଫ ମଧ୍ୟ ଖେଳାଯାଇପାରିବ। ଆମେ କହୁଛୁ ଆବୁଧାବିର ରାଜକୀୟ ପରିବାର ବିଷୟରେ, ଯାହା ଅଲ ନୟନ ପରିବାର ଭାବେ ମଧ୍ୟ ଜଣାଶୁଣା। ଏହା ହେଉଛି ଦୁନିଆର ସବୁଠୁ ଧନୀ ପରିବାର, ଯାହାଙ୍କ ମୋଟ ସମ୍ପତ୍ତି ମୂଲ୍ୟ ଫେବୃଆରୀ ୨୦୨୪ ସୁଦ୍ଧା ୨୫,୩୩,୧୧୩ କୋଟି ଟଙ୍କା ହେବ। ଏହି ପରିମାଣ ଏଲନ୍ ମସ୍କଙ୍କ ମୋଟ ସମ୍ପତ୍ତି ୧୪,୮୭,୩୬୦ କୋଟି ଟଙ୍କାରୁ ବହୁତ ଅଧିକ।

ଡିଆରଡିଓ ତିଆରି କଲା ସବୁଠୁ ହାଲୁକା ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌


ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ର ରାଷ୍ଟ୍ରପତି  ଶେଖ୍‌ ମହମ୍ମଦ ବିନ୍ ଜାଏଦ ଅଲ ନୟନଙ୍କ ପରିବାରର ସାରା ବିଶ୍ଵରରେ ହଜାର ହଜାର ପ୍ରକାରର ନିବେଶ ରହିଛି। ତାଙ୍କ ଘରର ଦାମ୍‌ କେବଳ ୪ ହଜାର କୋଟି ଟଙ୍କାରୁ ଅଧିକ। ଏହି ପ୍ରାସାଦର ନାମ କସ୍ର ଅଲ୍‌ ବତନ୍‌। ରାଜକୀୟ ପ୍ରାସାଦ ବ୍ୟତୀତ ଏହି ପରିବାରର ସାରା ବିଶ୍ଵରେ ସମ୍ପତ୍ତି ରହିଛି। ଏଥିସହ ସାରା ବିଶ୍ଵରେ ନିବେଶ ମଧ୍ୟ କରିଛି ଏହି ପରିବାର।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories