www.samajalive.in
Monday, December 15, 2025
16.1 C
Bhubaneswar

ଡିଆରଡିଓ ତିଆରି କଲା ସବୁଠୁ ହାଲୁକା ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌

ନୂଆଦିଲ୍ଲୀ: ଶତ୍ରୁଙ୍କ ଗୁଳିରୁ ଯବାନଙ୍କ ଜୀବନ ରକ୍ଷା ପାଇଁ ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ତିଆରି କରିଛି ସବୁଠୁ ହାଲୁକା ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌। ପୂର୍ବରୁ ଥିବା ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ର  ଓଜନ ଅଧିକ ରହୁଥିବାରୁ ଅପରେଶନ ସମୟରେ ତାହାକୁ ପିନ୍ଧି କାର୍ଯ୍ୟ କରିବାରେ ଯବାନମାନଙ୍କ ପାଇଁ କିଛିଟା ସମସ୍ୟା ଉପୁଜୁଥିଲା। କିନ୍ତୁ ଏହି ହାଲୁକା ଜ୍ୟାକେଟ୍‌ ସେହି ସମସ୍ୟା ଦୂର କରିବା ସହିତ ସବୁଠୁ ଅଧିକ ବିପଜ୍ଜନକ ସାବ୍ୟସ୍ତ ହେଉଥିବା ବିଆଇଏସ ଗୋଳାବାରୁଦର ଲେଭେଲ-୬ ଠାରୁ ଯବାନମାନଙ୍କୁ ସୁରକ୍ଷା ଦେବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

ନିକଟରେ ଚଣ୍ଡୀଗଡ଼ର ଟର୍ମିନାଲ ବାଲିଷ୍ଟିକ୍‌ସ ରିସର୍ଚ ଲାବରେଟୋରି(ଟିବିଆରଏଲ)ଠାରେ ଏହି ଜ୍ୟାକେଟ୍‌ର ସଫଳ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ନୂଆ ଡିଜାଇନ ଆଧାରରେ ଏହି ଜ୍ୟାକେଟ୍‌ ତିଆରି ହୋଇଛି। ଏଥିରେ ଉନ୍ନତ ମାନର ସାମଗ୍ରୀ ବ୍ୟବହାର କରାଯାଇଛି। ଜ୍ୟାକେଟ୍‌ ସମ୍ମୁଖରେ ଥିବା ହାର୍ଡ ଆର୍ମର ପ୍ୟାନେଲ (ଏଚଏପି) ଏକାଧିକ ଆଘାତକୁ  ପ୍ରତିରୋଧ କରିବାରେ ସକ୍ଷମ। ଏହି ହାର୍ଡ ଆର୍ମର ପ୍ୟାନେଲ ବା କଠିନ କବଚଟି ମନୋଲିଥିକ ସେରାମିକ୍‌ ପ୍ଲେଟ୍‌ରେ ତିଆରି ହୋଇଛି, ଯାହା ଅପରେଶନ ସମୟରେ ଜ୍ୟାକେଟ୍‌କୁ ପିନ୍ଧିବାଯୋଗ୍ୟ ଏବଂ ଆରାମ ଦାୟକ କରିଥାଏ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories