www.samajalive.in
Saturday, December 6, 2025
14.1 C
Bhubaneswar

ଘର ଭାଙ୍ଗିଲା ଗୋଠଛଡା ଦନ୍ତା

ପାଟଣା : ଦିନକୁ ଦିନ ଅମାନିଆ ହୋଇପଡୁଥିବା ଏକ ଗୋଠଛଡା ହାତୀ ପାଟଣା ବନ ଇଲାକାରେ ଉପଦ୍ରବ ଜାରି ରଖିବା ସହ ବୁଲି ବୁଲି ଘର ଭାଙ୍ଗିବା ପରେ ସନ୍ଧ୍ୟାରେ ଦେଓନଦୀ ପାର ହୋଇ କରଞ୍ଜିଆ ବନାଞ୍ଚଳକୁ ଚାଲିଯାଇଛି।  ଏହି ଗୋଠଛଡା ଦନ୍ତାଟି ୫ଟି ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଥିବା ବେଳେ ସକାଳୁ ଜଗନ୍ନାଥପୁର ଜଙ୍ଗଲରେ ଡେରା ପକାଇଥିଲା। ଦନ୍ତାଟି ମାଧପୁର ଗ୍ରାମର ଦୈତାରି ମହାନ୍ତ ଓ ସୁହାଗ ନାୟକଙ୍କ ଘର ଭାଙ୍ଗିବା ସହ ନୂଆପଡାର କନକ ମହାନ୍ତ, ସିଲିପଦାର ଆଶୀର୍ବାଦ ମହାନ୍ତ ଓ ଜଗନ୍ନାଥପୁର ଗ୍ରାମର ବୁଦ୍ଧଦେବ ମହାନ୍ତଙ୍କ ଘର ଭାଙ୍ଗିଥିବା ଜଣାପଡ଼ିଛି। ପାଟଣା ବନ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ କରା ଯାଇଥିବା ବନପାଳ ପିଅନ ନାଏକଙ୍କ ଠାରୁ ସୂଚନା ମିଳିଛି।

ସାଢେ ୮ଟା ସୁଦ୍ଧା ୩୬ ଛୁଇଁଲା ତାପମାତ୍ରା

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories