www.samajalive.in
Saturday, December 6, 2025
26.1 C
Bhubaneswar

ଦେଶର ଚତୁର୍ଥ ଧନୀ ମହିଳା; ଚଳାଉଛନ୍ତି ସ୍ୱାମୀଙ୍କ ୯୭ହଜାର କୋଟିର କମ୍ପାନୀ

ସମାଜ ଡିଜିଟାଲ ଡେସ୍କ: ପ୍ରତିବର୍ଷ ଭାରତ ତଥା ବିଦେଶର ବଡ ବଡ ପତ୍ରିକାରେ ବହୁ ବିଶିଷ୍ଟ ବ୍ୟବସାୟୀ ତଥା ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଥାଏ। ଏଥିରେ ଅଧିକାଂଶ ପୁରୁଷ ଶିଳ୍ପପତି ରହିଥାନ୍ତି। ତଥାପି କୋଟି କୋଟି ଟଙ୍କା ରୋଜଗାର ଏବଂ ଏକ କମ୍ପାନୀ ପରିଚାଳନା କ୍ଷେତ୍ରରେ ମହିଳାମାନେ ମଧ୍ୟ କମ୍‌‌ ନୁହଁନ୍ତି। ଆପଣ ଭାରତର ୧୦ଜଣ ଧନୀ ମହିଳାଙ୍କ ବିଷୟରେ ଶୁଣିଥିବେ। ସେମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ସାବିତ୍ରୀ ଜିନ୍ଦଲ, ୨ୟରେ ରୋହିକା ସାଇରସ୍‌‌ ମିସ୍ତ୍ରୀ ଏବଂ ତୃତୀୟ ସ୍ଥାନରେ ରେଖା ଝୁଞ୍ଜୁନୁୱାଲା ରହିଥିବା ବେଳେ ଚତୁର୍ଥ ସ୍ଥାନରେ ଅଛନ୍ତି ବିନୋଦ ରାୟ ଗୁପ୍ତା। ୭୮ବର୍ଷୀୟା ବିନୋଦ ରାୟ ଗୁପ୍ତାଙ୍କ ମୋଟ ସମ୍ପତ୍ତି ୪୨୦କୋଟି ଆମେରିକୀୟ ଡଲାର ଯାହାକି ଭାରତୀୟ ମୁଦ୍ରାରେ ୩୫ହଜାର କୋଟି ଟଙ୍କା। ଆସନ୍ତୁ ଜାଣିବା ଦେଶର ଏହି ୪ର୍ଥ ଧନୀ ମହିଳା କ’ଣ ବ୍ୟବସାୟ କରନ୍ତି।

ସ୍ମୋକ୍‌‌ ବିସ୍କୁଟ୍‌‌ କଣ? ପିଲାମାନେ ଖାଉଥିଲେ ସାବଧାନ୍‌‌

- Advertisement -

୯୭ହଜାର କୋଟି ଟଙ୍କା କମ୍ପାନୀର ମାଲିକାଣି: ବିନୋଦ ରାୟ ଗୁପ୍ତା ଦେଶର ଅଗ୍ରଣୀ ବୈଦ୍ୟୁତିକ ସାମଗ୍ରୀ ଉତ୍ପାଦନକାରୀ କମ୍ପାନୀ ହାଭେଲ୍ସର ମାଲିକାଣି ଅଟନ୍ତି। ଏହି ବିରାଟ ବ୍ୟବସାୟ ତାଙ୍କ ସ୍ୱାମୀଙ୍କଠାରୁ ସେ ପାଇଛନ୍ତି। ୧୯୫୮ରେ ବିନୋଦ୍‌‌ଙ୍କ ସ୍ୱାମୀ କିମତ୍‌‌ ରାୟ ଗପ୍ତା ବୈଦ୍ୟୁତିକ ବାଣିଜ୍ୟ କ୍ଷେତ୍ରରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ୧୯୭୧ ମସିହାରେ ସେ ଦିଲ୍ଲୀର ଜଣେ ବ୍ୟବସାୟୀଙ୍କଠାରୁ ‘ହାଭେଲ୍ସ’ ବ୍ରାଣ୍ଡ କିଣିଥିଲେ। ବର୍ତ୍ତମାନ ହାଭେଲ୍ସ ଇଣ୍ଡିଆର କମାଣ୍ଡୋ ବିନୋଦ ରାୟ ଗୁପ୍ତାଙ୍କ ପୁଅ ଅନିଲ ରାୟ ଗୁପ୍ତାଙ୍କ ହାତରେ ରହିଛି। ସେ କମ୍ପାନୀର ଚେୟାରମ୍ୟାନ୍‌‌ ତଥା ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱରେ ଅଛନ୍ତି।

ଶରୀରରେ ରକ୍ତ ଜମାଟ ବାନ୍ଧିଲେ କ’ଣ ହୁଏ: ଜାଣନ୍ତୁ ଲକ୍ଷଣ ଓ ନିରାକରଣ

୩୫୦୦୦ହଜାର କୋଟିର ସମ୍ପତ୍ତି: ଆନ୍ତର୍ଜାତୀୟ ପତ୍ରିକା ଫୋର୍ବସର ସଦ୍ୟତମ ରିପୋର୍ଟ ଅନୁଯାୟୀ ୭୮ବର୍ଷୀୟା ବିନୋଦ୍‌‌ ରାୟ ଗୁପ୍ତାଙ୍କ ମୋଟ ସମ୍ପତ୍ତି ୪.୨ବିଲିୟନ ଆମେରିକୀୟ ଡଲାରରୁ ଅଧିକ। ଅର୍ଥାତ୍‌‌ ଭାରତୀୟ ମୁଦ୍ରାରେ ୩୫,୦୦୦କୋଟି। ଏହି ଆକଳନ ସହିତ ସେ ଦେଶର ଚତୁର୍ଥ ଧନୀ ମହିଳା ବ୍ୟବସାୟୀ ଅଟନ୍ତି। ଏଥିସହିତ ତାଙ୍କ କମ୍ପାନୀ ହାଭେଲ୍ସ ଇଣ୍ଡିଆର ବଜାର ପୁଞ୍ଜି ବର୍ତ୍ତମାନ ୯୭ହଜାର କୋଟି ଟଙ୍କା ଅଟେ। ବୈଦ୍ୟୁତିକ ବାଣିଜ୍ୟ ବ୍ୟବସାୟରେ ହାଭେଲ୍ସ ଏକ ପ୍ରତିଷ୍ଠିତ କମ୍ପାନୀ ହୋଇପାରିଛି। କମ୍ପାନୀ ବିଭିନ୍ନ ପ୍ରଡକ୍ଟ ଯେପରିକି ପଙ୍ଖା, ଫ୍ରିଜ୍‌‌, କୁଲର, ୱାଶିଂ ମେସିନ୍‌‌ ସହିତ ଏୟାର କଣ୍ଡିସନର ଓ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ପ୍ରସ୍ତୁତ କରିଥାଏ। ହାଭେଲ୍ସର ଦେଶରେ ୧୪ଟି କାରଖାନା ରହିଛି ଏବଂ ଏହାର ଉତ୍ପାଦ ଗୁଡିକ ୫୦ରୁ ଅଧିକ ଦେଶରେ ବିକ୍ରି ହେଉଛି।

 

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories