www.samajalive.in
Monday, December 15, 2025
27.1 C
Bhubaneswar

ସମ୍ପତ୍ତିରେ ଜୁକରବର୍ଗଙ୍କୁ ପଛରେ ପକାଇଲେ ଏଲନ ମସ୍କ

ନୂଆଦିଲ୍ଲୀ: ସମ୍ପତ୍ତିରେ ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇଛନ୍ତି ଟେସଲା ମାଲିକ ଏଲନ ମସ୍କ। ସୋସିଆଲ ମିଡିଆ ଫେସବୁକ ଏବଂ ମେଟାର ମାଲିକ ଜୁକରବର୍ଗଙ୍କ ସମ୍ପତ୍ତିରେ ହଠାତ୍‌ ହ୍ରାସ ଘଟିବାକୁ ଏଲନ ମସ୍କଙ୍କ ସ୍ଥାନ ଉପରକୁ ଉଠିଛି। ଗତ ଗୁରୁବାର ନ୍ୟୁୟକରେ ମେଟା ଶେୟାର ୧୬ ପ୍ରତିଶତ ହ୍ରାସ ପାଇଛି। ଏହି ଦ୍ରୁତ ଅବନ୍ନତି ଯୋଗୁ ଜୁକରବର୍ଗଙ୍କ ସମ୍ପତ୍ତି ପ୍ରାୟ ୨ ହଜାର କୋଟି ଡଲାର କମିଯାଇଛି। ୨୦୨୨ ଅକ୍ଟୋବର ପରଠରୁ ଏହା ସବୁଠାରୁ ବଡ଼ ହ୍ରାସ ବୋଲି କୁହାଯାଇଛି।

ଅନ୍ୟପଟେ ମାର୍ଚ ତୁଳନାରେ ଏହାର ପୂର୍ବ ୩ ମାସରେ ଟେସଲାର କାର ବିକ୍ରିରେ ହ୍ରାସ ପାଇଥିଲା। କିନ୍ତୁ ଏହା ପରେ ଟେସଲାର ଷ୍ଟକ୍‌ର ମୂଲ୍ୟ ବୃଦ୍ଧି ପାଇଥିଲା। ଫଳରେ କମ୍ପାନୀର ମାଲିକ ଏଲନ ମସ୍କଙ୍କ ସମ୍ପତ୍ତିରେ ୪୦୦ ନିୟୁତ ଡଲାର ବୃଦ୍ଧି ପାଇଛି। ଫଳରେ ମସ୍କଙ୍କ  ମୋଟ ସମ୍ପତ୍ତି ପରିମାଣ ୧୭୮ ବିଲିୟନ ଡଲାରରେ ପହଞ୍ଚିଛି। ଟେସଲାର ଷ୍ଟକ୍‌ରେ ୨୨ ପ୍ରତିଶତ ବୃଦ୍ଧି ପାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ସେପଟେ ଜୁକରବର୍ଗଙ୍କ ସମ୍ପତ୍ତି ଖସି ୧୫୫ ବିଲିୟନ ଡଲାରରେ ପହଞ୍ଚିଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories