www.samajalive.in
Friday, December 5, 2025
20.1 C
Bhubaneswar

ସ୍ମୋକ୍‌‌ ବିସ୍କୁଟ୍‌‌ କଣ? ପିଲାମାନେ ଖାଉଥିଲେ ସାବଧାନ୍‌‌

ସମାଜ ଡିଜିଟାଲ ଡେସ୍କ: ଆଜିକାଲିର ପିଲାମାନଙ୍କ ମଧ୍ୟରେ ସ୍ମୋକ୍‌‌ ବିସ୍କୁଟକୁ ନେଇ ଚାହିଦା ଅଧିକ ରହିଛି। ଏହାକୁ ସବୁ ବର୍ଗର ଲୋକେ ଖାଉଥିବା ବେଳେ ପିଲାମାନଙ୍କ ମଧ୍ୟରେ ଅଧିକ କ୍ରେଜ୍‌‌ ରହିଛି। ପିଲାମାନଙ୍କ ଚାହିଦାକୁ ନଜରରେ ରଖି ବିଭିନ୍ନ କମ୍ପାନୀ ପକ୍ଷରୁ ବଜାରରେ ଏହି ବିସ୍କୁଟ ବିକ୍ରି ହେବାରେ ଲାଗିଛି। ଏହି ବିସ୍କୁଟକୁ ଖାଇବା ମାତ୍ରେ ପାଟିରୁ ଧୂଆଁ ବାହାରିଥାଏ। ଯାହାକୁ ଦେଖିବାକୁ ମଜା ଲାଗିଥାଏ। ହେଲେ କିଛି ଦିନ ତଳେ ଏହି ବିସ୍କୁଟକୁ ଖାଇବା ଦ୍ୱାରା ଜଣେ ଶିଶୁର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ଏଭଳି ସ୍ଥିତିରେ ଯଦି ଆପଣଙ୍କ ପିଲା ଏହି ବିସ୍କୁଟ ଖାଉଛନ୍ତି ତେବେ ଏଥିପ୍ରତି ଯତ୍ନବାନ ହେବା ଜରୁରୀ। ବିଶେଷ କରି ବଜାରରେ ଏଭଳି ବିସ୍କୁଟ ଖାଇବା ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଆବଶ୍ୟକ।
କିପରି ପ୍ରସ୍ତୁତ ହୁଏ ସ୍ମୋକ୍‌‌ ବିସ୍କୁଟ:
ଏହି ବିସ୍କୁଟ ଖାଇବା ପରେ ପାଟିରୁ ଧୂଆ ବାହାରିଥାଏ। ଯାହାକି ଧୂମ୍ରପାନ କରିବା ସହିତ ସମାନ। କିଛି ପିଲାମାନେ ଏହି ବିସ୍କୁଟ ଖାଇବା ପରେ ନାକରୁ ଧୂଆଁ ବାହାର କରିଥାନ୍ତି। ଅନ୍ୟ ସାଧାରଣ ବିସ୍କୁଟ ଯେପରିକି ପାର୍ଲେ, ବ୍ରିଟାନିଆ କିମ୍ବା ଟାଇଗର ଅପେକ୍ଷା ଏହା ଭିନ୍ନ ଏବଂ ଅଧିକ ଦାମୀ ହୋଇଥାଏ। ଏହି ବିସ୍କୁଟ ଠିକ୍‌‌ ଫାୟାର ପାନ ଭଳି। ସ୍ମୋକ୍‌‌ ବିସ୍କୁଟକୁ ଏକ ବିଶେଷ ଉପାୟରେ ପ୍ରସ୍ତୁତ କରାଯାଏ। ଏହି ବିସ୍କୁଟକୁ ତରଳ ନାଇଟ୍ରୋଜେନରେ ବୁଡାଇ ରଖାଯାଏ। ତରଳ ନାଇଟ୍ରୋଜେନରେ ରଖାଯିବା ପରେ ଏହାକୁ ଖାଇବା ମାତ୍ରେ ପାଟିରୁ ଧୂଆଁ ବାହାରିବା ଆରମ୍ଭ କରେ।

ନିକଟରେ ତାମିଲନାଡୁରେ ଜଣେ ଛୋଟ ପିଲା ଏହି ବିସ୍କୁଟ ଖାଇବା ଦ୍ୱାରା ତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆପଣଙ୍କ ପିଲା ଯଦି ବିସ୍କୁଟ ଖାଉଛି ତେବେ ସାବଧାନ ହୁଅନ୍ତୁ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories