www.samajalive.in
Friday, December 12, 2025
14.1 C
Bhubaneswar

 ବଣାଇ କାରାଗାର ବିଚାରାଧିନ କଏଦୀର ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବଣାଇ:ବଣାଇ କାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀ ର ଚିକିତ୍ସାଧୀନ ଅବସ୍ଥାରେ ଡ଼ାକ୍ତରଖାନାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଗତ ଶନିବାର ଦିନ ଲହୁଣୀପଡ଼ା ଅବକାରୀ ବିଭାଗ ପକ୍ଷରୁ ଵରସୁଆଁ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ବାଙ୍କା ବଜାରରେ ଥିବା ଦେବାନନ୍ଦ ସିଂଙ୍କ ଢ଼ାବା ରେ ଚଢ଼ାଉ କରି ସେଠାରୁ ୩ ଲିଟରରୁ ଉର୍ଦ୍ଧ୍ବ ବିଦେଶୀ ମଦ ଜବତ କରିଥିବା ବେଳେ ରେଲୱେ ଫାଟକ ନିକଟରେ ସୀତା ନାଏକଙ୍କ ଢ଼ାବାରେ ଚଢ଼ାଉ କରି ସେଠାରୁ ୩୦ ଗୋଟି ବିୟର ବୋତଲ ଜବତ କରିଥିଲେ। ବେଆଇନ ମଦ କାରବାର କରୁଥିବାରୁ ଉଭୟଙ୍କୁ ଗିରଫ କରିଥିଲେ। ତେବେ ସୀତାଙ୍କ ବୟସ ଅଧିକ ହୋଇଥିବାରୁ ତାଙ୍କୁ ମୂଚାଲିକା ମାଧ୍ୟମରେ ଛାଡ଼ିଦେଇ ଥିଲେ। ତେବେ ଦେବାନନ୍ଦ ସିଂଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା ଅବକାରୀ ବିଭାଗ। କିନ୍ତୁ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ହାଜତକୁ ପଠାଯାଇଥିଲା। ଦେବାନନ୍ଦ ଗୋଟିଏ ଦିନ ବଣାଇଁ ଜେଲରେ ବିତାଇବା ପରେ ଗତକାଲି ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଜେଲ କତୃପକ୍ଷ ଚିକିତ୍ସା ନିମନ୍ତେ ତୁରନ୍ତ ତାଙ୍କୁ ବଣାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ରାଉରକେଲା ସରକାରୀ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ସେଠାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଏପଟେ ଖବର ପାଇ ପରିବାର ଲୋକେ ଦେବାନନ୍ଦଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଦେବାନନ୍ଦକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏଥିପାଇଁ ସେମାନେ ଜେଲ୍ କର୍ତ୍ତୃପକ୍ଷ ଓ ଲହୁଣୀପଡ଼ା ଅବକାରୀ ବିଭାଗକୁ ଦାୟୀ କରିଛନ୍ତି । ତା ସହିତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବା ସହିତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ଅଡି ବସିଛନ୍ତି। ଏହାର ସମାଧାନ ନହେଲେ ମୃତଦେହ ନେବୁ ନାହିଁ ବୋଲି କହିଛନ୍ତି ପରିବାର ଓ ସମ୍ପର୍କୀୟ ଲୋକେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories