nua o banner

ମାଛ ଧରିବାକୁ ଯାଇ ପାଣିରେ ବୁଡି ଯୁବକ ମୃତ

BSKY banner  750×100

ବାଲିଆପାଳ: ବାଲିଆପାଳ ବ୍ଲକ ଅନ୍ତର୍ଗତ ମଧୁପୁରା ପଞ୍ଚାୟତର ପଞ୍ଚରୁଖି ଗ୍ରାମର କାଳୀଚରଣ ଦଳାଇ(୩୮)ମାଛ ଧରିବାକୁ ଯାଇ ପାଣିରେ ବୁଡି ମୃତ୍ୟୁ ହୋଇଛି । କାଳୀଚରଣ ସକାଳ ୧୦ଟାରେ ଘରୁ ବାହାରି ଗ୍ରାମ ନିକଟରେ ଥିବା ଏକ ଖାଳକୁ ମାଛ ଧରିବାକୁ ଯାଇଥିଲେ । ବହୁ ସମୟ ବିତି ଗଲା ପରେ କାଳୀୀଚରଣ ଘରକୁ ନଫେରିବାରୁ ଘର ଲୋକ ବିଭିନ୍ନ ଜାଗାରେ ଖୋଜା ଖୋଜି କରିଥିଲେ । ହେଲେ ତାକୁ ପାଇନ ଥିଲେ । ଦିନ ୧ଟା ସମୟରେ ପାଳଜାମକୁଣ୍ଡାସ୍ଥିତ ଖାଲରେ ତାଙ୍କର ଶରୀର ଭାସୁଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କ ପରିବାର ଲୋକକୁ ଖବର ଦେଇଥିଲେ । ପରିବାର ଲୋକ ତୁରନ୍ତ ସେଠାରେ ପହଞ୍ଚ ତାଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଡାକ୍ତର ସେଠାରୁ ତାଙ୍କୁୁ ମୃତ ଘୋଷଣା କରିଥିଲେ । ଏନେଇ ବାଲିଆପାଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଏହି ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଏକ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।

Comments are closed.