www.samajalive.in
Friday, December 12, 2025
14.1 C
Bhubaneswar

ବାଇକରେ ଗଞ୍ଜେଇ ଚାଲାଣ ଅଭିଯୋଗ, ଯୁବକ ଗିରଫ

କଲମପୁର: ମଙ୍ଗଳବାର ଜୟପାଟଣା ମୋଟେର ମୁଖ୍ୟ ରାସ୍ତାର ବଡକୁଟୃ ଛକ ନିକଟରୁ ଏକ ବାଇକ୍ ଯୋଗେ ଗଞ୍ଜେଇ ଚାଲାଣ କରୁଥିବା ଜନୈକ ଯୁବକକୁ ଅବକାରୀ ବିଭାଗ କର୍ମଚାରୀ ଗିରଫ କରିଛନ୍ତି।
ଧର୍ମଗଡ଼ ଅବକାରୀ ଇନ୍ସପେକ୍ଟର ହେମକାନ୍ତ ସୁନାଙ୍କ ନେତୃତ୍ବରେ ଧର୍ମଗଡ ଓଆଇସି ପ୍ରତୀମା ବେହେରା, ଜୁନାଗଡ଼ ଓଆଇସି ଲକ୍ଷ୍ମୀ ପ୍ରିୟା ମଲ୍ଲିକ, ଜୟପାଟଣା ଓଆଇସି ନରେନ୍ଦ୍ର ମିଞ୍ଜ ପ୍ରମୁଖଙ୍କ ସମେତ ବିଭାଗୀୟ କର୍ମଚାରୀ ବଡକୁଟୃ ଛକ ନିକଟରେ ଯାଞ୍ଚ କରୁଥିଲେ।

ଏହି ସମୟରେ କଲମପୁର ଥାନା ଅଧିନସ୍ଥ ଡୁମେରମୁଣ୍ଡା ଗ୍ରାମର ଶଙ୍କର ନାଏକ ନାମକ ଜନୈକ ଯୁବକ ଏକ  ବାଇକ୍ ଯୋଗେ ଆସୁଥିବା ବେଳେ ଅବକାରୀ ବିଭାଗ କର୍ମଚାରୀ ତାକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ବାଇକରୁ ୨୫ କିଲୋ ୫୦୦ ଗ୍ରାମ ଗଞ୍ଜେଇ ମିଳିଥିଲା। ଅବକାରୀ ବିଭାଗ ଅଧିକାରୀ ଗଞ୍ଜେଇ ସହ ବାଇକକୁ ଜବତ କରିଥିଲେ।  ଧର୍ମଗଡ଼ ଅବକାରୀ ଥାନା କେସ ନଂ ୧୫/୨୦୨୫/୨୫ରେ ମାମଲା ରୁଜୁ ପରେ ଶଙ୍କରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories