www.samajalive.in
Monday, December 8, 2025
24.1 C
Bhubaneswar

ଗାଡିରେ କିପରି କାମ କରେ ଏବିଏସ୍‌‌ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: କାରରେ ଅଚାନକ ବ୍ରେକ୍‌‌ ମାରିବା ଦ୍ୱାରା ହଠାତ ଗାଡି ସ୍ଲିପ୍‌‌ ହେବାର ଆପଣ ଜାଣିଥିବେ। ଫଳରେ ଲୋକମାନେ ଅନେକ ସମୟରେ କୌଣସି ନା କୌଣସି ଦୁର୍ଘଟଣାର ଶିକାର ହେଇଥାନ୍ତି। ଏଭଳି ଦୁର୍ଘଟଣାରୁ ନିଜକୁ ରକ୍ଷା କରିବା ପାଇଁ ଆଣ୍ଟି-ଲକ୍‌‌ ବ୍ରେକିଂ ସିଷ୍ଟମ୍‌‌(ଏବିଏସ୍‌‌)ର ବ୍ୟବହାର କରିପାରିବେ। ଏହାସହିତ ହଠାତ୍‌‌ ବ୍ରେକ୍‌‌ ମାରିଲେ ଗାଡି ସ୍ଲିପ୍‌‌ ହେବାରୁ ରକ୍ଷା ପାଇପାରିବ। ବର୍ତ୍ତମାନ ସମୟରେ ମାର୍କେଟରେ ଆସୁଥିବା ଅତ୍ୟାଧୁନିକ ଗାଡିରେ ଏବିଏସ୍‌‌ ସିଷ୍ଟମ ପାଇଁ ବାଧ୍ୟତାମୂଳକ କରାଯାଇଛି। ସୁରକ୍ଷା ପାଇଁ କାରରେ ଆଣ୍ଟି-ଲକ୍‌‌ ବ୍ରେକିଂ ସିଷ୍ଟମ୍‌‌ ରହିବା ନିହାତି ଆବଶ୍ୟକ। ଆପଣ ଗାଡି ଚଳାଇ ଯିବା ବେଳେ ଜଣେ ବ୍ୟକ୍ତି ଯଦି ହଠାତ୍‌‌ ରାସ୍ତା ସାମ୍ନାରେ ପଳାଇ ଆସନ୍ତି ତେବେ ତୁରନ୍ତ ବ୍ରେକ୍‌‌ ମାରିବାରୁ ଗାଡି ଚକ ସ୍ଲିପ୍‌‌ ହୋଇଥାଏ। କାରର ନିୟନ୍ତ୍ରଣ ହରାଇବା ଭଳି ପରିସ୍ଥିତିରେ ହଠାତ୍‌‌ ଲକ୍‌‌ ହେବାକୁ ରୋକିଥାଏ ଏବିଏସ୍‌‌। ଫଳରେ ଗାଡିକୁ ଆପଣ ନିୟନ୍ତ୍ରଣରେ ରଖିପାରିବେ ଏବଂ ବଡ ଦୁର୍ଘଟଣାକୁ ରୋକିପାରିବେ।
ଆଣ୍ଟି-ଲକ୍‌‌ ବ୍ରେକିଂ ସିଷ୍ଟମ୍‌‌ ତିନୋଟି ଗୁରୁତ୍ୱପୂର୍ଣ୍ଣ ଜିନିଷ ରହିଛି। ସ୍ପିଡ୍‌‌ ସେନ୍ସର, ହାଇଡ୍ରୋଲିକ୍‌‌ କଣ୍ଟ୍ରୋଲ ୟୁନିଟ୍‌‌ ଏବଂ ଇଲେକ୍ଟ୍ରୋନିକ୍‌‌ କଣ୍ଟ୍ରୋଲ୍‌‌ ୟୁନିଟ୍‌‌। ଏହି ତିନୋଟି କାରଣରୁ ଏବିଏସ୍‌‌ କାମ କରିଥାଏ। ସ୍ପିଡ୍‌‌ ସେନ୍ସରର କାମ ହେଉଛି ଚକ ଗୁଡିକର ଗତି ଉପରେ ନଜର ରଖିବା, ବ୍ରେକ ଫ୍ଲୁଇଡର ଚାପ ହାଇଡ୍ରୋଲିକ୍‌‌ କଣ୍ଟ୍ରୋଲ ୟୁନିଟ୍‌‌ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ସେହିପରି ଇଲେକ୍ଟ୍ରୋନିକ୍‌‌ କଣ୍ଟ୍ରୋଲ୍‌‌ ୟୁନିଟ୍‌‌ ଏବିଏସ୍‌‌ ର ସମଗ୍ର ପ୍ରକ୍ରିୟାକୁ ନିର୍ଦ୍ଦେଶ ଦେବାଭଳି କାମ କରିଥାଏ।

 

- Advertisement -

 

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories