www.samajalive.in
Sunday, December 14, 2025
26.1 C
Bhubaneswar

ତାତିରୁ ଆଶ୍ବସ୍ତି: ଦ୍ବିପ୍ରହରରେ ଜାଳିଲା, ଅପରାହ୍ନରେ ବର୍ଷିଲା

ଭୁବନେଶ୍ବର : ରାଜ୍ୟରେ ବଢୁଥିବା ଗ୍ରୀଷ୍ମପ୍ରବାହ ମଧ୍ୟରେ ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ କେତେକ ସ୍ଥାନରେ ସାମାନ୍ୟ ବର୍ଷା ହୋଇଛି । କିଛି ସ୍ଥାନରେ ପବନ ସହ ପ୍ରବଳ ବର୍ଷା ହୋଇଛି । ଆଗାମୀ ୩ ଘଣ୍ଟା ପାଇଁ କାଳବୈଶାଖୀ ଓ  ବଜ୍ରପାତ  ସତର୍କତା ଜାରି କରାଯାଇଛି । ଦ୍ବୈତ ନଗରୀ କଟକ ଓ ଭୁବନେଶ୍ବର ସହ ରାୟଗଡା, ଗଞ୍ଜାମ, କଟକ, ଖୋର୍ଦ୍ଧା, ପୁରୀ, ବରଗଡ, ନୟାଗଡ ଜିଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ତେବେ ମଧ୍ୟାହ୍ନ ସାଢେ ୨ଟା ସୁଦ୍ଧା ପ୍ରଚଣ୍ଡ ରୌଦ୍ରତାପ ଦେଖିବାକୁ ମିଳିଥିଲା । ଏହି ସମୟରେ ରାଜଧାନୀ ଭୁବନେଶ୍ବର ୪୩.୨ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସବୁଠୁ ଉତପ୍ତ ସହର ପାଲଟିଥିଲା । ସେହିଭଳି ଝାରସୁଗୁଡାରେ ୪୨.୯ ଡିଗ୍ରୀ, ଚାନ୍ଦବାଲିରେ ୪୨.୨ ଡିଗ୍ରୀ, ବାଲେଶ୍ବରରେ ୪୨.୧, ରାଉରକେଲା ୪୦.୮, ସମ୍ବଲପୁର ୪୦.୧, ହୀରାକୁଦରେ ୩୯.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ତେବେ ଅସହ୍ୟ ଗରମ ଓ ଗୁଳୁଗୁଳିରୁ କାଳବୈଶାଖୀ ସାମାନ୍ୟ ଆଶ୍ବସ୍ତି ଦେଇପାରେ ।

ଓଡିଶାର ପାରମ୍ପରିକ ଲୋକନୃତ୍ୟ ଚଇତି ଘୋଡ଼ା ନାଚ

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories