www.samajalive.in
Monday, December 8, 2025
14.1 C
Bhubaneswar

ବିଜେଡି ବିରୋଧରେ ବିଜେପିର ଅଭିଯୋଗ ପତ୍ର

ଭୁବନେଶ୍ୱର: ବିଜେଡି ସରକାରଙ୍କ ବିରୋଧରେ ରାଜ୍ୟ ବିଜେପି ଆଣିଛି ଚାର୍ଜସିଟ୍‌‌। ରାଜ୍ୟ କାର୍ଯ୍ୟାଳୟରେ ୨୫ବର୍ଷର ଚାର୍ଜସିଟ୍‌‌ ବହିକୁ ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ। କେତେ ଦିନ ସହିବ, ପରିବର୍ତ୍ତନ ଆଣିବା ନାଁରେ ଚାର୍ଜସିଟକୁ ଲୋକାର୍ପିତ କରାଯାଇଛି। ୨୫ବର୍ଷ କାଳ ଓଡ଼ିଶାରେ କ୍ଷମତାଶୀନ ବିଜେଡି ସରକାରରେ ସବୁ ବିଭାଗରେ ଦୁର୍ନୀତି ହୋଇଥିବା ଉଲ୍ଲେଖ କରିଛି ବିଜେପି। ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ବ୍ୟବସ୍ଥାରେ କାମ ଠିକ୍‌‌ ଭାବେ ହୋଇନଥିବା ଅଭିଯୋଗ ହୋଇଛି। ସେହିପରି ଚିଟଫଣ୍ଡ ଦୁର୍ନୀତି, ମହିଳା ବିରୋଧୀ ହିଂସା ସମ୍ପର୍କରେ ମଧ୍ୟ ଚାର୍ଜସିଟରେ ଉଲ୍ଲେଖ କରାଯାଇଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ଓଡ଼ିଶାବାସୀଙ୍କ ଠାରୁ ତାମିଲନାଡୁକୁ ଶସ୍ତାରେ କାହିଁକି ବିଜୁଳୀ ଦିଆଯାଉଛି। ଓଡ଼ିଶାର ଲୋକେ ୟୁନିଟ ପିଛା ୨ଟଙ୍କା ୮୩ପଇସା ଦେଉଥିବା ବେଳେ ତାମିଲନାଡୁରେ ବିଜୁଳୀ ଶସ୍ତାରେ ଯୋଗାଇ ଦିଆଯାଉଛି। ସେଠାରେ ବିଦ୍ୟୁତ ବିତରଣ ସଂସ୍ଥା ୟୁନିଟ୍‌‌ ପିଛା ୨.୫୩ ଟଙ୍କା ଦେଉଛି। ଏହାସହିତ ସେ କହିଛନ୍ତି ୩୧୪ ବ୍ଲକରେ ଶୀତଳ ଭଣ୍ଡାର ଖୋଲାଯିବ ବୋଲି ବିଜେଡି ଶାସନ କାଳରେ କହିଥିଲେ। ଏହା ଏବେ ବି କାର୍ଯ୍ୟକାରୀ ହୋଇପାରିନି। କୃଷକଙ୍କ ହିତ ନିମନ୍ତେ କାଳିଆ ସ୍କିମ୍‌‌ ଆଣିଥିଲେ ହେଲେ ସେଥିରେ ଦିନକୁ ଦିନ ହିତାଧିକାରୀଙ୍କ ସଂଖ୍ୟା କମିବାରେ ଲାଗିଛି। ଓଡ଼ିଶାରେ ବିଜେଡି ଯୁବବର୍ଗଙ୍କୁ ରୋଜଗାର ଦେଇପାରୁନି। ଗତବର୍ଷ କେବଳ ୪୦ହଜାର ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି। ରାଜ୍ୟରେ ବେରୋଜଗାରି ୨୦୧୫-୧୬ରେ ୩.୮ପ୍ରତିଶତ ଥିବାବେଳେ ତାହା ଏବେ ୬%ରେ ପହଞ୍ଚିଛି। ବିଜେଡି ଯୁବବର୍ଗଙ୍କ ସ୍ୱପ୍ନ ପୂରଣ କରିବାରେ ବିଫଳ ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories