www.samajalive.in
Friday, December 5, 2025
26.1 C
Bhubaneswar

ଜୁଆ ଆଡ୍ଡା ଠାବ ଘଟଣା: ଥାନା ଅଧିକାରୀ ନିଲମ୍ବିତ

ନୂଆପଡ଼ା :ନୂଆପଡ଼ା ଜିଲା ଜୋଙ୍କ ଥାନା ଅଞ୍ଚଳରେ ଅବାଧରେ ଚାଲିଥିଲା ଜୁଆ ଆଡ୍ଡା । ଶହ ଶହ ଜୁଆଡ଼ି ଲକ୍ଷ ଲକ୍ଷ ଟଙ୍କା ଧରି ଚାଳମୁଣ୍ଡା ଓ ଠେଲକୋବେଢାରେ ଏକତ୍ରିତ ହେଉଥିଲେ । ରାତି ସାରା ଜୁଆ ଆସର ଜମୁଥିଲା। ଜିଲା ପୁଲିସକୁ ଅନ୍ଧାରରେ ରଖି ଉଚ୍ଚପଦସ୍ଥ ଅଧିକାରୀଙ୍କ ନେତୃତ୍ବରେ ଛତିଶଗଡ଼ ସିଆର୍‌ପିଏଫ୍‌ ଓ ଦକ୍ଷିଣ ପଶ୍ଚିମାଞ୍ଚଳ ପୁଲିସ ମୁଖ୍ୟାଳୟ କୋରାପୁଟର ଡିଆଇଜିଙ୍କ ପ୍ରେରିତ ୨ ପ୍ଲାଟୁନ ଫୋର୍ସ ଚଢଉ କଲେ। ବଡ଼ଧରଣର ଜୁଆ ଗୋଷ୍ଠୀକୁ ଠାବ କରିଥିଲେ ହେଁ ସ୍ଥାନୀୟ ପୁଲିସ ସୁରାକ ବି ପାଇ ନଥିଲେ । ଏହି ସମ୍ବେଦନଶୀଳ ଓ ସ୍ପର୍ଶକାତର ମାମଲାରେ ପ୍ରାଥମିକ ଭାବେ ଜୋଙ୍କ ଥାନା ଅଧିକାରୀ ଗୁରୁଦେବ କର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଥାନା ଅଧିକାରୀଙ୍କୁ ନିଲମ୍ବିତ କରିବା ସହ କୋରାପୁଟ ଡିଆଇଜି କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories