www.samajalive.in
Friday, December 5, 2025
27.1 C
Bhubaneswar

ଯାଜପୁରରେ କ୍ରାଇମବ୍ରାଞ୍ଚର ତନାଘନା

ଯାଜପୁର : ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ଆରମ୍ଭ କରିଛି। ଧର୍ମଶାଳା ବିଧାୟକଙ୍କୁ କାହିଁକି ଆକ୍ରମଣ କରାଗଲା, କେଉଁ ପରିସ୍ଥିତିରେ ରାସ୍ତାରୋକ ସହ ଟାଉନ ଥାନା ଘେରାଉ କରାଯାଇଥିଲା, ଆଜି ଯାଜପୁରରେ ପହଞ୍ଚି କ୍ରାଇମବ୍ରାଞ୍ଚ ଟିମ୍ ପୁରା ଘଟଣାର ତଦନ୍ତ ଆରମ୍ଭ କରିଛି। ରବିବାର ରାତିରୁ ୬ ଜଣିଆ ଟିମ୍ ଗ୍ରାଉଣ୍ଡକୁ ଓହ୍ଲାଇଛି। ତଦନ୍ତକାରୀ ଟିମ୍ ଯାଜପୁର ଟାଉନ୍ ଥାନା ଆଇଆଇସି ଙ୍କୁ ଭେଟିଥିଲେ। ଏବଂ ମାମଲା ନେଇ ଆଲୋଚନା ମଧ୍ୟ କରିଛନ୍ତି । ଆଜି ଏହି ଟିମ୍ ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣ ସହ ରାସ୍ତାରୋକ ଏବଂ ଟାଉନ୍ ଥାନା ଘେରାଉ ସ୍ଥାନକୁ ଯାଇ ସରଜମିନ୍ ତଦନ୍ତ କରିବ। ତେବେ ତଦନ୍ତକାରୀ ଟିମ୍ ରେ କ୍ରାଇମବ୍ରାଞ୍ଚର ଦୁଇ ଜଣ ଡିଏସପି, ଜଣେ ଇନ୍ସପେକ୍ଟର ସାମିଲ ରହିଛନ୍ତି। ଏହି ଟିମ ବିଶେଷ କରି ୩ଟି ଏତଲା ଉପରେ ତଦନ୍ତ କରିବ। ଏହି ମାମଲାରେ ୧୬ଟି ମାମଲା ରୁଜ୍ଜୁ ହୋଇଛି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories