www.samajalive.in
Friday, December 5, 2025
26.1 C
Bhubaneswar

ବାଂଲାଦେଶୀ ସେକ୍ସ ରାକେଟ୍: ଦଲାଲ ଦମ୍ପତି ଗିରଫ, ଆଜି ହେବ ପୀଡ଼ିତାଙ୍କ ଡାକ୍ତରୀ ମାଇନା

କଟକ : ବାଂଲାଦେଶୀ ନାବାଳିକାକୁ ଓଡ଼ିଶା ଆଣି ଯୌନ ନିର୍ଯାତନା ଦେବା ସହିତ ଜୋର ଜବରଦସ୍ତ ଦେହ ବ୍ୟବସାୟରେ ନିୟୋଜିତ କରାଇବା ନେଇ ରବିବାର ମଧୁପାଟଣା ପୁଲିସ ଦୁଇ ଜଣକୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ଅଞ୍ଚଳରେ ରହୁଥିବା ରାଜସ୍ଥାନର ଭିରା ଗୁଜ୍ଜର ଚୌଧୁରୀ ଓ ଜାସ‌ମିନ୍‌‌ । ସମ୍ପର୍କରେ ଉଭୟ ସ୍ବାମୀ ଓ ସ୍ତ୍ରୀ ହୋଇଥିବା ବେଳେ ସନ୍ଧ୍ୟାରେ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଘଟଣାରେ ସମସ୍ତ ପ୍ରକାର ପ୍ରମାଣପତ୍ର ହାତେଇବା ଲାଗି ଆଜି ପୀଡ଼ିତାଙ୍କର ଡାକ୍ତରୀ ମାଇନା କରାଯିବ ବୋଲି ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି।
ପୀଡ଼ିତା ଜଣକ ଦେଇଥିବା ବୟାନ ଅନୁଯାୟୀ, ଦୁଇମାସ ପୂର୍ବରୁ କିଛି ଦଲାଲ ତାଙ୍କୁ ବେଆଇନ ଭାବେ ବାଂଲାଦେଶ ସୀମା ପାର କରାଇ ପଶ୍ଚିମବଙ୍ଗ ଆଣିଥିଲେ। ସେଠାରୁ ଅନ୍ୟକିଛି ଯୁବକ ତାଙ୍କୁ ବସ୍‌ ଯୋଗେ ଭୁବନେଶ୍ବର ଆଣିଥିଲେ। ଭୁବନେଶ୍ବରରେ ସେ ଏକ ମାସରୁ ଅଧିକ ସମୟ ରହିବା ପରେ ତାଙ୍କୁ ବାରିପଦା ନିଆଯାଇଥିଲା। ଏକ ମସାଜ୍‌ କେନ୍ଦ୍ରରେ ଚାକିରି ହୋଇଯାଇଥିବା କହି ପୁଣି ଥରେ ତାଙ୍କୁ ଭୁବନେଶ୍ବର ଅଣାଯାଇଥିଲା। ହେଲେ ଏଠାରେ ପହଞ୍ଚିବା ପରେ ଉକ୍ତ ମସାଜ୍‌ କେନ୍ଦ୍ରରେ ତାଙ୍କୁ ଜୋର ଜବରଦସ୍ତ ଦେହ ବ୍ୟବସାୟରେ ନିୟୋଜିତ କରାଯାଇଥିଲା। ଗତ ୭ରେ ଦୁଇ ଜଣ ଦଲାଲ ତାଙ୍କୁ ଗୋପାଳପୁରରେ ରହୁଥିବା ଭିରା ଓ ଜାସ‌ମିନ୍‌‌ଙ୍କୁ ହସ୍ତାନ୍ତର କରି ପଳାଇ ଯାଇଥିଲା। ଏଠାରେ ଉଭୟ ତାଙ୍କୁ ଦେହ ବ୍ୟବସାୟରେ ଲିପ୍ତ କରାଇବା ସହିତ ଘର କାମ କରିବାକୁ କହିଥିଲେ। ଫଳରେ ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା। ସେହି ଦିନ ରାତିରେ ସେ ସେଠାରୁ ଖସି ପଳାଇ ଆସି ମଧୁପାଟଣା ଅଞ୍ଚଳରେ ପହଞ୍ଚିଥିଲେ। ପିସିଆର ପୁଲିସ ଘଟଣା ସମ୍ପର୍କରେ ଶୁଣିବା ପରେ ତାଙ୍କୁ ଉଦ୍ଧାର କରି ବସୁନ୍ଧରାରେ ଛାଡ଼ିଦେଇଥିଲା। ପୀଡ଼ିତା ଜଣକ ସବୁ କଥା କହିବା ପରେ ତାଙ୍କୁ ଜିଲା ଶିଶୁ ମଙ୍ଗଳ ଅଧିକାରୀ(ସିଡବ୍ଲ୍ୟୁସି)ରେ ହାଜର କରାଯାଇଥିଲା। ଏ ନେଇ ମଧୁପାଟଣା ଥାନା ପୁଲିସ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଚଳାଇ ଆଜି ଅଭିଯୁକ୍ତ ଭିରା ଓ ଜାସ‌ମିନ୍‌‌ଙ୍କୁ ଗିରଫ କରିଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories