www.samajalive.in
Monday, December 8, 2025
13.1 C
Bhubaneswar

ବାତ୍ୟା ସମ୍ପର୍କରେ ରାଜ୍ୟ ସରକାର ଶ୍ୱେତପତ୍ର ଜାରି କରନ୍ତୁ-ବିଜେଡି

ସମାଜ ଡିଜିଟାଲ ଡେସ୍କ: ବାତ୍ୟା ଦାନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ବାତ୍ୟା ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରାଇଲେ, ଲ୍ୟାଣ୍ଡଫଲ ବେଳେ ପବନର ଗତି ଯେତିକି ରହିବ ବୋଲି କୁହାଯାଇଥିଲା ତାହାଠାରୁ ବହୁତ କମ୍‌‌ ରହିଥିଲା। ଏଭଳି ଧରଣର ବାତ୍ୟାରେ ଲୋକଙ୍କୁ ସ୍ଥାନାନ୍ତର କରିବା ଅନାବଶ୍ୟକ ଥିଲା। ୟାସ୍‌‌ ବାତ୍ୟା ବେଳେ ୧୮୫ କି.ମି ବେଗରେ ପବନ ବହିଥିଲା। ସେତେବେଳେ ୧୦ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଏହି ବାତ୍ୟାରେ କେତେ ଲୋକଙ୍କୁ ବାସ୍ତବରେ ସ୍ଥାନାନ୍ତର କରାଗଲା ତାହା ସରକାର ସ୍ପଷ୍ଟ କରନ୍ତୁ। ଏଥିପାଇଁ ଶ୍ୱେତପତ୍ର ଜାରି କରନ୍ତୁ। ଆଜି ସାମ୍ବାଦିକ ସମ୍ମିଳନୀ କରି ଏଭଳି ଦାବି କରିଛି ବିଜେଡି। ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ବାତ୍ୟା ପାଇଁ କେତେ ଲୋକ ସ୍ଥାନାନ୍ତର ହୋଇଛନ୍ତି, କେତେ ଲୋକ ଆଶ୍ରୟସ୍ଥଳୀରେ ରହିଛନ୍ତି ତାହା ସରକାର ଜନସାଧାରଣଙ୍କୁ ଅବଗତ କରାନ୍ତୁ। ବାତ୍ୟାରେ ରାଜ୍ୟରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବିଜେଡି ଅଭିଯୋଗ କରିଛି। ସେଥିମଧ୍ୟରୁ ରାଜନଗରରେ ୩ଜଣ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିଜ ଅଞ୍ଚଳରେ ଜଣେ ପ୍ରାଣ ହରାଇଥିବା ବିଜେଡି ଅଭିଯୋଗ କରିଛି। ରାଜ୍ୟ ସରକାର ଜିରୋ କାଜୁଆଲିଟି ନେଇ ଶ୍ୱେତପତ୍ର ଆଣନ୍ତୁ, ମିଛକୁ ସତରେ ପ୍ରମାଣିତ କରିବାର ଅପଚେଷ୍ଟା କରନ୍ତୁ ନାହିଁ ବୋଲି ବିଜେଡି କହିଛି।
ବାତ୍ୟାରେ ନବୀନ ସରକାରଙ୍କ ମଡେଲକୁ ଜାତିସଂଘ ବି ପ୍ରଶଂସା କରିଥିଲା। ୧୯୯୯ରେ ରାଜ୍ୟରେ ଥିଲା ମାତ୍ର ୨୩ଟି ବାତ୍ୟା ଆଶ୍ରୟସ୍ଥଳୀ। ୨୦୨୪ରେ ଏହି ସଂଖ୍ୟା ୯୦୦ ହୋଇଥିବା ବେଳେ ସେଥିମଧ୍ୟରୁ ୪୫୦ଟି ବାତ୍ୟା ଆଶ୍ରୟସ୍ଥଳ ଅତ୍ୟାଧୁନିକ ଥିଲା। ୨୪ବର୍ଷ ଭିତରେ ଓଡ଼ିଶା ଅନେକ ବିପର୍ଯ୍ୟୟର ଶିକାର ହୋଇଛି। ତତକାଳୀନ ନବୀନ ସରକାର ଜିରୋ କାଜୁଆଲିଟିକୁ ପ୍ରାଥମିକତା ଦେଇଥିଲେ। ରାଜ୍ୟରେ ବିପର୍ଯ୍ୟୟ ପରିଚାଳନାର ବିଶାଳ ଭିତ୍ତିଭୂମି ତିଆରି ହୋଇଥିଲା। ତାହାର ଫଳ ସ୍ୱରୂପ ଆଜି ଓଡ଼ିଶା ସଫଳତାର ମୁକାବିଲା କରିପାରୁଛି।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories