www.samajalive.in
Saturday, December 6, 2025
14.1 C
Bhubaneswar

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: ବଦଳିଲେ ଯାଜପୁର ଏସ୍‌‌ଡିପିଓ

ଯାଜପୁର ସଦର : ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ଆକ୍ରମଣ, ବିରଜା ହାଟ ପୁନଃ ଅବସ୍ଥାନକୁ ନେଇ ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସ ଉଦ୍ୟମ ଜାରି ରଖିଥିବା ବେଳେ ହଠାତ୍‌‌ ଯାଜପୁର ଏସ୍‌‌ଡିପିଓ ସତ୍ୟବ୍ରତ ଲେଙ୍କାଙ୍କୁ କଟକ ମୁଖ୍ୟାଳୟକୁ ବଦଳି କରାଯାଇଛି। ତୁରନ୍ତ ନୂତନ ସ୍ଥାନରେ ଯୋଗ ଦେବା ସହିତ ତାଙ୍କ ସ୍ଥାନରେ ଡିଏସ୍‌‌ପି କୈଳାଶ ଚନ୍ଦ୍ର ସେଠୀଙ୍କୁ ଯାଜପୁର ଏସ୍‌‌ଡିପିଓ ଦାୟିତ୍ୱରେ ରହିବା ପାଇଁ ନିର୍ଦେଶ ଦିଆଯାଇଛି । ପୁଲିସ ଉଚ୍ଚ ଅଧିକାରୀ ବିଧାୟକଙ୍କ ଉପରେ ଆକ୍ରମଣ ଓ ହାଟ ପୁନଃ ଅବସ୍ଥାନକୁ ଘଟଣାରେ ଏସ୍‌‌ଡିପିଓଙ୍କ କାର୍ଯ୍ୟଧାରାରେ ସନ୍ତୁଷ୍ଟ ନଥିବା ନେଇ ଆଲୋଚନା ହୋଇଥିଲା । ଫଳସ୍ୱରୂପ ତାଙ୍କୁ ତୁରନ୍ତ ବଦଳି କରାଯାଇଥିବା ଚର୍ଚ୍ଚା ହେଉଛି। ଏପରିକି ବିଭିନ୍ନ ଆଇନ ଶୃଙ୍ଖଳା ସମୟରେ ଏସ୍‌‌ଡିପିଓ ଶ୍ରୀ ଲେଙ୍କା ଅନୁପସ୍ଥିତ ରହୁଥିବା ନେଇ ଆଲୋଚନା ହେଉଥିଲା । ଅବଶ୍ୟ ଏ କଥାକୁ ଶ୍ରୀ ଲେଙ୍କା ଅସ୍ୱୀକାର କରିଛନ୍ତି। କିନ୍ତୁ ତାଙ୍କ ବଦଳି ଓ ତୁରନ୍ତ ନୂତନ ସ୍ଥାନରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories