www.samajalive.in
Sunday, December 14, 2025
15.1 C
Bhubaneswar

ମେ ମାସ ଆରମ୍ଭରୁ ଅନେକ ପରିବର୍ତ୍ତନ: ଖାଉଟିଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ : ମେ ୧ରୁ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଏହାର ସିଧା ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ । ଆଇଡିଏଫସି ଫର୍ଷ୍ଟ ବ୍ୟାଙ୍କ, ୟେସ୍ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କର କ୍ରେଡିଟ କାର୍ଡରୁ ପୈଠ କରିବା ମହଙ୍ଗା ହେବ । ବ୍ୟାଙ୍କ ଏହି ସେବା ଉପରେ ଅତିରିକ୍ତ ଶୁଳ୍କ ଲଗାଉଛନ୍ତି ।  ଏହା ସହିତ କ୍ରେଡିଟ କାର୍ଡର ରକ୍ଷଣାବେକ୍ଷଣା ଫି ମଧ୍ୟ ବଢିଯିବ । ଅର୍ଥାତ୍ କ୍ରେଡିଟ୍ କାର୍ଡ ରଖିବା ପୂର୍ବ ଅପେକ୍ଷା ମହଙ୍ଗା ହୋଇଯିବ । ଏହା ବ୍ୟତୀତ କ୍ରେଡିଟ କାର୍ଡ ଜରିଆରେ ବିମାନବନ୍ଦର ଲାଉଞ୍ଜ ଆକ୍ସେସର ନିୟମ ମଧ୍ୟ ବଦଳୁଛି । ଘରୋଇ ଗ୍ୟାସ୍ ସିଲିଣ୍ଡରର ଦାମ୍ ମଧ୍ୟ ପରିବର୍ତ୍ତନ ହେଉଛି ।

ସଞ୍ଚୟ ଖାତାରେ ରଖିବାକୁ ହେବ ସର୍ବନିମ୍ନ ୨୫ ହଜାର ଟଙ୍କା

- Advertisement -

ୟେସ୍ ବ୍ୟାଙ୍କର ଓ୍ବେବସାଇଟ୍ ଅନୁସାରେ ସଞ୍ଚୟ ଖାତାର ହାରାହାରି ଜମା ରାଶିରେ ପରିବର୍ତ୍ତନ ହେବ । ପ୍ରୋ ମ୍ୟାକ୍ସ ଖାତାରେ ସର୍ବନିମ୍ନ ହାରାହାରି ରାଶି ୫୦ ହଜାର ଟଙ୍କା ରଖିବାକୁ ହେବ । ସର୍ବାଧିକ ରାଶି ପାଇଁ ଏକ ହଜାର ଟଙ୍କା ସୀମା ନିର୍ଦ୍ଧାରିତ କରାଯାଇଚି । ଏଣିକି ସଞ୍ଚୟ ଖାତାରେ ସର୍ବନିମ୍ନ ୨୫ ହଜାର ଟଙ୍କା ରଖିବାକୁ ହେବ । ଆଇଡିଏଫସି ଫର୍ଷ୍ଟ ବ୍ୟାଙ୍କର କ୍ରେଡିଟ୍ କାର୍ଡରେ ବିଲ୍ ପୈଠ କରିବା ମହଙ୍ଗା ହେବ । ଫୋନ୍, ବିଜୁଳି, ଗ୍ୟାସ୍, ଇଣ୍ଟରନେଟ୍ ସେବା, ପାଣିର ବିଲ୍ ପୈଠ ଉପରେ ପ୍ରଭାବ ପଡିବ ।

ଆଉ ବଜାରରେ ଦେଖିବାକୁ ମିଳିବନି କାଡ୍‌ବୁରୀ’ର ଏହି ଚକୋଲେଟ୍‌, ଉତ୍ପାଦନ ବନ୍ଦ କଲା କମ୍ପାନୀ

ଆଇସିଆଇସିଆଇ ବ୍ୟାଙ୍କ ସେବା ଶୁଳ୍କର ନିୟମରେ ପରିବର୍ତ୍ତନ

ଆଇସିଆଇସିଆଇ ବ୍ୟାଙ୍କ ନିଜ ସଞ୍ଚୟ ଖାତା ସମ୍ପର୍କିତ ସେବା ଶୁଳ୍କ ନିୟମ ବଦଳିଛି । ତଦନୁସାରେ ଡେବିଟ୍ କାର୍ଡ ପାଇଁ ସହରୀ କ୍ଷେତ୍ରରେ ଗ୍ରାହକଙ୍କୁ ୨୦୦ ଟଙ୍କା ଏବଂ ଗ୍ରାମାଞ୍ଚଳରେ ୯୯ ଟଙ୍କା ଶୁଳ୍କ ଦେବାକୁ ହେବ । ପ୍ରତ୍ୟେକ ଚେକ୍ ପାଇଁ ୪ ଟଙ୍କା ଶୁଳ୍କ ଲାଗିବ । ଡିମାଣ୍ଡ ଡ୍ରାଫ୍ଟ ବା ପିଓ ରଦ୍ଦ ହେଲେ ୧୦୦ ଟଙ୍କା ଏବଂ ଆଇଏମପିଏସ୍ ମାଧ୍ୟମରେ ୧ ହଜାର ଟଙ୍କା ଟ୍ରାନ୍ସଫର କଲେ ୨.୫୦ ଟଙ୍କା ପ୍ରତି ନେଣ ଦେଣ ଦେୟ ହେବ ।

ଘରୋଇ କ୍ଷେତ୍ରର ଅଗ୍ରଣୀ ବ୍ୟାଙ୍କ ଏଚଡିଏଫସି ବ୍ୟାଙ୍କ ଦ୍ବାରା ବରିଷ୍ଟ ନାଗରିକଙ୍କ ପାଇଁ ଏଫଡି ଯୋଜନାରେ ନିବେଶର ତାରିଖ ବଢାଇ ଦିଆଯାଇଛି । ଏବେ ଏଥିରେ ୧୦ ମେ ୨୦୨୪ ପର୍ଯ୍ୟନ୍ତ ନିବେଶ କରାଯାଇହେବ । ଏହି ଯୋଜନା ୨୦୨୦ରେ ଆରମ୍ଭ କରାଯାଇଥିଲା । ଏଥିରେ ନିବେଶ କଲେ ବୟସ୍କ ଲୋକଙ୍କ ଅଧିକ ସୁଧ ଦିଆଯାଏ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories