www.samajalive.in
Friday, December 5, 2025
27.1 C
Bhubaneswar

ଆଉ ବଜାରରେ ଦେଖିବାକୁ ମିଳିବନି କାଡ୍‌ବୁରୀ’ର ଏହି ଚକୋଲେଟ୍‌, ଉତ୍ପାଦନ ବନ୍ଦ କଲା କମ୍ପାନୀ

ନୂଆଦିଲ୍ଲୀ: ଚକୋଲେଟ୍‌ ବ୍ରାଣ୍ଡଗୁଡ଼ିକ ମଧ୍ୟରେ କାଡ୍‌ବୁରୀ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି। ଜନ୍ମଦିନ ହେଉ କି ଦିପାବଳୀ ଦଶହରା ବା ଭାଲେଣ୍ଟାଇନ୍ସ ଡେ ସବୁ ସମୟରେ କାଡ୍‌ବୁରୀ ଡେରିମିଲ୍ଲ ଚକୋଲେଟ୍‌କୁ ଯୁବପିଢ଼ି ବେଶ୍‌ ପସନ୍ଦ କରିଥାନ୍ତି। କିନ୍ତୁ କାଡ୍‌ବୁରୀ ଏହାର ଏକ ଲୋକପ୍ରିୟ ଚଲୋକେଟ୍‌ ଉତ୍ପାଦନକୁ ସବୁଦିନ ପାଇଁ ବନ୍ଦ କରିବାକୁ ଯାଉଛି, ଯାହାର ନାଁ ହେଉଛି ଡେରିମିଲ୍କ ଅରେଞ୍ଜ ବାର୍‌।

୨୦୨୧ରେ କାଡ୍‌ବୁରୀ ଡେରିମିଲ୍କ ଅରେଞ୍ଜ ବାର୍‌ ଚକୋଲେଟ୍‌ ବଜାରକୁ ଛାଡ଼ିଥିଲା। ବାସ୍ତବ କମଳା ତେଲକୁ ମିଶ୍ରଣ କରାଯାଇ ଏହି ଚକୋଲେଟ୍‌ ପ୍ରସ୍ତୁତ କରାଯାଉଥିଲା, ଯାହାର ସ୍ବାଦ ଡେରିମିଲ୍କ ଚକୋଲେଟର ଅନ୍ୟ ଫ୍ଲେଭରଗୁଡ଼ିକଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ନୂଆ ନୂଆ ବଜାରକୁ ପ୍ରବେଶ କରିବା ସମୟରେ ଏହି ଚକୋଲେଟ୍‌କୁ ଯୁବପିଢ଼ି ବହୁତ ପସନ୍ଦ କରିଥିଲେ। କିନ୍ତୁ ସମୟାନୁସାରେ ଯୁବପିଢ଼ିଙ୍କ ପସନ୍ଦ ଏବଂ ଟେଷ୍ଟ ମଧ୍ୟ ବଦଳିଯାଇଛି। ତେଣୁ ବଜାରରେ ପୂର୍ବ ଭଳି ଏହି ଚକୋଲେଟ୍‌ର ଚାହିଦା ଆଉ ଦେଖିବାକୁ ମିଳୁନାହିଁ। ସମୟକ୍ରମେ ଏହାର ଲୋକପ୍ରିୟତା ହ୍ରାସ ପାଇଛି। ସେଥିପାଇଁ କମ୍ପାନୀ ଏହାର ଉତ୍ପାଦନକୁ ଧୀରେ ଧୀରେ ହ୍ରାସ କରିବା ପରେ ଏବେ ସମ୍ପୂର୍ଣ୍ଣ ଭାବେ ଏହାକୁ ବନ୍ଦ କରିଦେଇଥିବା​ ନେଇ ସ୍ପଷ୍ଟ କରାଯାଇଛି।

- Advertisement -

ଚକୋଲେଟ୍‌ ବିଶେଷଜ୍ଞ ଡୋମ୍‌ ରାମ୍‌ସେ କହିଛନ୍ତି, ମଣିଷର ସ୍ବାଦ ସମୟ ଅନୁସାରେ ବଦଳିଥାଏ ଏବଂ କିଛି ଉତ୍ପାଦ ସବୁଦିନ ପାଇଁ ସେହିଭଳି ରହି ନ ଥାନ୍ତି, ଯେଉଁଭଳି ସେଗୁଡ଼ିକ ଆରମ୍ଭରୁ ଥିଲେ। ଗ୍ରାହକଙ୍କ ପସନ୍ଦ ସବୁବେଳେ ବଦଳିଥାଏ। ତେଣୁ ଥରେ ଗୋଟିଏ ଭଲ ଜିନିଷ ବଜାରକୁ ଆସିବା ଅର୍ଥ ନୁହେଁ ଯେ, ସେ ସବୁଦିନ ପାଇଁ ଲୋକପ୍ରିୟ ହୋଇ ରହିବ।

Hot this week

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

Related Articles

Popular Categories