mission shakti banner

ରାବୁଗୁଡ଼ାରେ ପହଞ୍ଚିଲା ପ୍ରଶାସନ, ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

nua o banner
କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ରାବୁଗୁଡା ଗାଁରେ ଆଜି ବ୍ଲକ ପ୍ରଶାସନ ପହଞ୍ଚି ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିବା ଜଣାପଡିଛି । ମୌଳିକ ସମସ୍ୟାରୁ ବଞ୍ଚିତ ରାବୁଗୁଡା ବାସୀ  ଅଭିନବ ପ୍ରତିବାଦ କରିଥିଲେ। ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବ ପରେ ବ୍ଲକ ପ୍ରଶାସନର  ସହକାରୀ ଯନ୍ତ୍ରୀ ସବ୍ୟସାଚ୍ଚୀ ନାୟକ, କନିଷ୍ଠ ଯନ୍ତ୍ରୀ ମୋନାଲିସା ପଣ୍ଡା, ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ନିଳିମା ପ୍ରିୟଦର୍ଶିନୀ, ରାବୁଗୁଡା ଗ୍ରାମରେ ପହଞ୍ଚି ପାନୀୟଜଳ, ରାସ୍ତାଘାଟ,
ଗାଧୁଆ ତୁଠ, ଶ୍ମଶାନନଘାଟ,  ଜମିକୁ ପାଣି, ସୋଲାର ଲାଇଟ ବ୍ୟବସ୍ଥା, ବିଜୁ ପକ୍କା ଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର , କମିଟି ଗୃହ , ଝାଙ୍କିରି ମଣ୍ଡପ, ଅଙ୍ଗନବାଡି କେନ୍ଦ୍ର, ମିନି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜଙ୍ଗଲ ଜମି ଚିହ୍ନଟ ପାଇଁ ଆଲୋଚନା କରିବା ସହ ପାନୀୟ ଜଳ ପୋଲ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ଥିବା ଜଣାପଡିଛି ।
୩୦ପରିବାରକୁ ଗୋଟିଏ ନଳ କୂପର ପାଣି ନିଅଣ୍ଟିଆ ହେଉଥିବା ଯୋଗୁଁ ନୂତନ ବୋରୱେଲ ଖନନ କରାଯିବ । ଆବଶ୍ୟକ ଅନୁଯାୟୀ ଲୋକ ରହିଥିଲେ ସେହି ଅନୁସାରେ ସୌରଚାଳିତ ନଳକୂପ କରାଯିବ। ଗ୍ରାମବାସୀ କଲ୍ୟାଣୀ ନଦୀରେ ଉପରେ ପୋଲ ନିର୍ମାଣର ଆବଶ୍ୟକତା ରହିଛି ଏବଂ ତାହା ନିର୍ବାଚନ ପରେ ନିର୍ମାଣ କରାଯିବ ବୋଲି  ସହକାରୀ ଯନ୍ତ୍ରୀ ସବ୍ୟସାଚ୍ଚୀ ନାୟକ କହିଛନ୍ତି । ପ୍ରକାଶ ଥାଉକି ଗ୍ରାମବାସୀମାନେ ନିଆରା ଢଙ୍ଗରେ ଗାଁ ମୁଣ୍ଡରେ ସୂଚନାଫଳକ ଲଗାଇ ମୁଖ୍ୟତଃ ରାସ୍ତା ନାହିଁତ ଭୋଟ୍ ନାହିଁ ବୋଲି ପ୍ରତିବାଦ କରିଥିଲେ ।

Comments are closed.