www.samajalive.in
Sunday, December 7, 2025
26.1 C
Bhubaneswar

ମହିଳାଙ୍କ ପାଇଁ ସ୍ବତନ୍ତ୍ର ଯୋଜନା, ନିବେଶ କରି ପାଇବେ ଏତେ ସୁଧ

ନୂଆଦିଲ୍ଲୀ : ଯଦି ଆପଣ ଜଣେ ମହିଳା ଏବଂ ଆପଣ ନିଜ ଜମା ପୁଞ୍ଜିକୁ ନିବେଶ କରି ଭଲ ରିଟର୍ଣ୍ଣ ପାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଖରେ ଏକ ଭଲ ବିକଳ୍ପ ରହିଛି ।  ମୋଦୀ ସରକାର ୨୦୨୩ରେ ମହିଳାଙ୍କ ପାଇଁ ଏକ ଖାସ୍ ଯୋଜନା ଆଣିଥିଲେ ଯାହା ‘ମହିଳା ସମ୍ମାନ ସେଭିଂ ସାର୍ଟିଫିକେଟ୍’ ନାଁରେ ଜଣାଯାଏ । ଏହା ଏକ କମ୍ ଅବଧିର ସେଭିଂ ଯୋଜନା ଯେଉଁଥିରେ କୌଣସି ବି ମହିଳା ନିବେଶ କରିପାରିବେ । କହିରଖୁଛୁ ଏହି ଯୋଜନା ଅନୁସାରେ ଗ୍ରାହକଙ୍କୁ ୭.୫୦ ପ୍ରତିଶତର ସୁଧ ମିଳିଥାଏ  ଆସନ୍ତୁ ଜାଣିବା ଏହି ଯୋଜନା ସମ୍ପର୍କରେ…

କହିରଖୁଛୁ ମହିଳା ସମ୍ମାନ ସେଭିଂ ସାର୍ଟିଫିକେଟ୍ ଯୋଜନାର ମାଚ୍ୟୁରିଟି ପିରିୟଡ୍ ୨ ବର୍ଷର । ଏହି ଯୋଜନା ଅନୁସାରେ ମହିଳା ୧୦୦୦ ଟଙ୍କାରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଶି ନିବେଶ କରିପାରିବେ । ମହିଳା ସମ୍ମାନ ସେଭିଂ ସାର୍ଟିଫିକେଟ୍ ଯୋଜନା ଅନୁସାରେ କୌଣସି ବି ବୟସର ମହିଳା ଏହି ଖାତା ଖୋଲିପାରିବେ । କହିରଖୁଛୁ ୧୮ ବର୍ଷରୁ କମ୍ ବୟସର ବାଳିକା ମଧ୍ୟ ନିଜ ମାତା-ପିତାଙ୍କ ଦେଖାରଖାରେ ଏହି ଯୋଜନାରେ ଖାତା ଖୋଲିପାରିବେ ।

- Advertisement -

କହିରଖୁଛୁ ଏହି ଯୋଜନା ଅନୁସାରେ ସରକାର ସମୟ ପୂର୍ବରୁ ଉଠାଣର ମଧ୍ୟ ସୁବିଧା ଦେଉଛନ୍ତି । ଏହି ଯୋଜନା ଅନୁସାରେ ଆକାଉଣ୍ଟଧାରୀ ବର୍ଷେ ପରେ ନିଜ ଜମା ପୁଞ୍ଜିର ୪୦ ପ୍ରତିଶତ ପର୍ଯ୍ୟନ୍ତ ପଇସା ଉଠାଇପାରିବେ । ଏହା ବ୍ୟତୀତ ଯଦି କୌଣସି ପରିସ୍ଥିତିରେ ଖାତାଧାରୀଙ୍କ ମୃତ୍ୟୁ ହୋଇଯାଉଛି ତେବେ ନୋମିନି ଏହି ପେଜକୁ କ୍ଲେମ୍ କରି ଜମା ପୁଞ୍ଜିର ଉଠାଣ କରିପାରିବେ । ଯଦି ଖାତାଧାରୀ କୌଣସି କାରଣରୁ ସମୟ ପୂର୍ବରୁ ଆକାଉଣ୍ଟକୁ ବନ୍ଦ କରୁଛନ୍ତି ତେବେ ତାଙ୍କୁ ୭.୫୦ ପ୍ରତିଶତ ବଦଳରେ ୫.୫୦ ପ୍ରତିଶତର ସୁଧ ମିଳିବ ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories