ଆଙ୍ଗୁଠିରୁ ଜାଣନ୍ତୁ ବ୍ୟକ୍ତିର ସ୍ୱଭାବ
ଜ୍ୟୋତିଷ ଶାସ୍ତ୍ରରେ ହସ୍ତରେଖା ଦେଖି ଯେକୌଣସି ବ୍ୟକ୍ତିର ସ୍ୱଭାବ ବିଷୟରେ ଜାଣି ହୋଇଥାଏ। କିଛି ବ୍ୟକ୍ତିଙ୍କର ଆଙ୍ଗୁଠି ପତଳା କିମ୍ବା ମୋଟା ହୋଇଥାଏ। କିଛି ବ୍ୟକ୍ତିଙ୍କର ଆଙ୍ଗୁଠି ଲମ୍ବା କିମ୍ବା ଛୋଟ ଆକୃତିର ହୋଇଥାଏ। ଏହି ସମସ୍ତ ଲକ୍ଷଣ ଦ୍ୱାରା ବ୍ୟକ୍ତିର କାର୍ଯ୍ୟ କୁଶଳତା ବିଷୟରେ ଜାଣି ହୋଇଥାଏ। ଏହାର ପ୍ରଭାବ ମଧ୍ୟ ବ୍ୟକ୍ତି ଜୀବନରେ ପଡିଥାଏ। ଆସନ୍ତୁ ଜାଣିବା ଆଙ୍ଗୁଠି ଦେଖି ବ୍ୟକ୍ତିର କେଉଁ ସ୍ୱଭାବ ବିଷୟରେ ଜାଣି ହୋଇଥାଏ
ସାମାନ୍ୟ ଲମ୍ବା ଆଙ୍ଗୁଠି ଥିବା ବ୍ୟକ୍ତିମାନେ କାର୍ଯ୍ୟ କରିବାକୁ ଖୁବ୍ ଆଗ୍ରହୀ ହୋଇଥାନ୍ତି। ଏହି ବ୍ୟକ୍ତିମାନେ ନିଜ କାର୍ଯ୍ୟକୁ ଖୁବ୍ ଶୀଘ୍ର ସାରିବାକୁ ପ୍ରସ୍ତୁତ ରହିଥାନ୍ତି। ଯେକୌଣସି ଅସୁବିଧାକୁ ଦୃଢତାର ସହ ସମ୍ମୁଖୀନ କରିବାକୁ ଚେଷ୍ଟା କରିଥାନ୍ତି।
ଯେଉଁ ବ୍ୟକ୍ତିମାନଙ୍କର ଆଙ୍ଗୁଠି ପତଳା ଓ ଲମ୍ବା ହୋଇଥାଏ ସେମାନେ ଅତ୍ୟନ୍ତ କଳାପ୍ରେମୀ ହୋଇଥାନ୍ତି। ନିଜର କ୍ୟାରିଅରକୁ କଳା ଦିଗରେ ଗଢିବାକୁ ଚେଷ୍ଟା କରିଥାନ୍ତି। ପ୍ରାୟତଃ ଅନେକ ନାମୀଦାମି କଳାକାର ମାନଙ୍କର ଆଙ୍ଗୁଠି ଏପରି ହୋଇଥାଏ।
ଯେଉଁ ବ୍ୟକ୍ତିମାନଙ୍କର ଆଙ୍ଗୁଠି ମୋଟା ହୋଇଥାଏ ସେମାନେ କାମ ବେଳେ ମନ୍ଥର ଗତିରେ କରିଥାନ୍ତି। ଏହି ବ୍ୟକ୍ତିମାନେ କଳାକୁ ଆଦର କରି ନଥାନ୍ତି। ଅନ୍ୟ ଦ୍ୱାରା ନିଜ କାମ ସାରିବାକୁ ଚେଷ୍ଟା ମଧ୍ୟ କରିଥାନ୍ତି।
ଅନେକ ବ୍ୟକ୍ତିଙ୍କର ଆଙ୍ଗୁଠି ଗଣ୍ଠିଯୁକ୍ତ ହୋଇଥାଏ। ଏପରି ବ୍ୟକ୍ତିମାନେ ଭାବୁକ ହୋଇଥାନ୍ତି। ଯେକୌଣସି କାର୍ଯ୍ୟ କରିବା ବେଳେ ଭାବିଚିନ୍ତି କରିଥାନ୍ତି।