ଓଡ଼ିଶାଠୁ ଅନ୍ୟ ରାଜ୍ୟ ଶିଖୁ : ଅଶୋକ ଧ୍ୟାନଚାନ୍ଦ

କଟକ: ଓଡ଼ିଶା ଭାରତୀୟ କ୍ରୀଡ଼ାରେ ନୂଆ ବିପ୍ଳବ ଆଣିଛି। କ୍ରୀଡ଼ା ପ୍ରତିଯୋଗିତା ହେଉକି ଭିତ୍ତିଭୂମି ସୃଷ୍ଟି ଓ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବାରେ ଓଡ଼ିଶା ସରକାର ବେଶ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି। କ୍ରୀଡ଼ା ପାଇଁ ଓଡ଼ିଶା ସରକାରଙ୍କ ଉତ୍ସାହକୁ ଅନ୍ୟ ରାଜ୍ୟ ଗୁଡ଼ିକ ଅନୁକରଣ କରିବା ଆବଶ୍ୟକ ବୋଲି ଭାରତୀୟ ପୁରୁଷ ହକି ଦଳର ପୂର୍ବତନ ଅଧିନାୟକ ଅଲିମ୍ପିଆନ ତଥା ଅର୍ଜୁନ ପୁରସ୍କାର ବିଜେତା ଅଶୋକ କୁମାର ଧ୍ୟାନଚାନ୍ଦ କହିଛନ୍ତି।

prayash

ଭୁବନେଶ୍ବରର ରଘୁନାଥପୁରସ୍ଥିତ ଜେଡ୍‌-୧ ସମାଜ ପକ୍ଷରୁ ଆୟୋଜିତ ତୃତୀୟ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଜିର୍ବା -୨୦୨୩ ଉଦ୍‌ଯାପନୀ ଉତ୍ସବରେ ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ପୁତ୍ର ଅଶୋକ ଧ୍ୟାନଚାନ୍ଦ କହିଥିଲେ ଯେ, ୧୯୭୭ରେ ଓଡ଼ିଶାକୁ ଯେତେବେଳେ ଜାତୀୟ ପ୍ରତିଯୋଗିତା ଖେଳିବାକୁ ଆସିଥିଲି ସେତେବେଳେ ଭୁବନେଶ୍ବର​‌େ​‌ର କୌଣସି କ୍ରୀଡ଼ା ଭିତ୍ତିଭୂମି ନଥିଲା ଏବେ କିନ୍ତୁ ଭୁବନେଶ୍ବର ଦେଶର ଏକ ନମ୍ବର କ୍ରୀଡ଼ା ଭିତ୍ତିଭୂମି ସହରରେ ପରିଣତ ହୋଇପାରିଛି। ବର୍ତ୍ତମାନ କଳିଙ୍ଗ ଷ୍ଟାଡ଼ିୟମ କ୍ରୀଡ଼ା ଭିତ୍ତିଭୂମିକୁ ଦେଖିଲେ ବହୁତ ଖୁସି ଲାଗୁଛି ବୋଲି ଅଶୋକ ଧ୍ୟାନଚାନ୍ଦ କହିଛନ୍ତି। ଜେଡ୍‌-୧ ପକ୍ଷରୁ ଆୟୋଜିତ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ଅଶୋକ ଧ୍ୟାନଚାନ୍ଦ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ନକଲି ଭାବେ ପରିଚିତ ବଲବୀର ଚାନ୍ଦ, ସ୍କାଏ ଅଟୋମୋବାଇଲ୍‌ ଓଡ଼ିଶା ମାର୍କେଟିଂ ମ୍ୟାନେଜର ରୋଜାଲିନ୍‌ ପଟ୍ଟନାୟକ, ଅବିନାଶ ସିଙ୍ଘାଣିଆ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ , ଜେଡ୍‌-୧ ସମାଜ ପକ୍ଷରୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଏକମାସ ଧରି ଆୟୋଜିତ ହୋଇଥିଲା। ଏଥିରେ ବିଭିନ୍ନ ବୟସ ବର୍ଗରେ କ୍ରୀଡ଼ା ଓ ଅନ୍ୟାନ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଜେଡ୍‌-୧ ସୋସାଇଟି ସମ୍ପାଦକ ବିଦୁଭୂଷଣ ନାୟକ, ଯୁଗ୍ମ ସମ୍ପାଦକ କଳ୍ପତରୁ ପଟ୍ଟନାୟକ, କୋଷାଧ୍ୟକ୍ଷ ଆର୍ତ୍ତତ୍ରାଣ ପାଣିଗ୍ରାହୀ , ସଞ୍ଜୟ କୁମାର ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.