www.samajalive.in
Monday, December 15, 2025
24.1 C
Bhubaneswar

ଆଜି ହେଉଛି ଦେବୋତଥାପନ ଏକାଦଶୀ , ଭୁଲରେ ଏହି କାର୍ଯ୍ୟ କରନ୍ତୁ ନାହିଁ

ସମସ୍ତ ୨୪ଟି ଏକାଦଶୀ ମଧ୍ୟରେ ଶୁଭ ଓ ମଙ୍ଗଳକାରୀ ଏକାଦଶୀ କାର୍ତ୍ତିକ ମାସ ଶୁକ୍ଳ ପକ୍ଷର ଦେବୋତଥାପନ ଏକାଦଶୀ ଅଟେ। ଏହି ଏକାଦଶୀକୁ ଦେବଉଠନୀ ଏକାଦଶୀ ମଧ୍ୟ କୁହାଯାଏ। ଏହି ବର୍ଷ ଦେବୋତଥାପନ ଏକାଦଶୀ ନଭେମ୍ବର ୧୯ ତାରିଖରେ ପାଳନ କରାଯାଉଛି। ମାନ୍ୟତା ଅନୁଯାୟୀ, ଭଗବାନ ବିଷ୍ଣୁ ଗତ ୪ ମାସ ହେଲା କ୍ଷୀରସାଗରରେ ଶୟନ କରିଥିଲେ। ଆଜିର ଏହି ଦିନରେ ଭଗବାନ ବିଷ୍ଣୁ ନିଦ୍ରାରୁ ଜାଗ୍ରତ ହୋଇଥାନ୍ତି। ଏହାସହ ସମସ୍ତ ମାଙ୍ଗଳିକ କାର୍ଯ୍ୟ ମଧ୍ୟ ଆରମ୍ଭ ହେବ। ସମସ୍ତ ଏକାଦଶୀ ମଧ୍ୟରେ ଦେବୋତଥାପନ ଏକାଦଶୀ ସର୍ବଶ୍ରେଷ୍ଠ ଏକାଦଶୀ ଅଟେ। ଏହି ଏକାଦଶୀରେ ବ୍ରତ କରିଥିବା ବ୍ୟକ୍ତିଙ୍କୁ ସ୍ବର୍ଗ ଓ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି। ଶାସ୍ତ୍ର ଅନୁଯାୟୀ, ଦେବୋତଥାପନ ଏକାଦଶୀରେ କିଛି ଉପାୟ କରିବା ଦ୍ବାରା ବ୍ୟକ୍ତିଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ। ନୀତିନିୟମରେ ଦେବୋତଥାପନ ଏକାଦଶୀ ବ୍ରତ କରିବା ଦ୍ବାରା ଦୁର୍ଭାଗ୍ୟ ଦୂର ହୋଇଥାଏ।

ଦେବୋତଥାପନ ଏକାଦଶୀ ଦିନ ଭଗବାନ ନିଦ୍ରାରୁ ଜାଗ୍ରତ ହୋଇଥିବାରୁ ସମସ୍ତ ଦେବାଦେବୀ ଏହି ଦିନ ଖୁସି ହୋଇ ଦୀପ ଉତ୍ସବ ପାଳନ କରିଥାନ୍ତି। ଏହିଦିନ ଭଗବାନ ବିଷ୍ଣୁଙ୍କ ବିଶେଷ କୃପା ପାଇବା ପାଇଁ ନିଜ ଘରେ ଦୀପ ଜଳାଇବା ଉଚିତ।

- Advertisement -

ଦେବୋତଥାପନ ଏକାଦଶୀରେ ଏହି କାମ କରିବା ଅନୁଚିତ

ଶାସ୍ତ୍ରରେ ସମସ୍ତ ଏକାଦଶୀରେ ଭାତ ଖାଇବାକୁ ବର୍ଜନ କରାଯାଇଛି। ମାନ୍ୟତା ରହିଛି ଯେ, ଏକାଦଶୀ ଦିନ ଭାତ ଖାଇବା ଦ୍ବାରା ମନୁଷ୍ୟ ରୁଗଣ ହୋଇଯାଇଥାଏ। ତେଣୁ ଏହିଦିନ ଭୁଲରେ ମଧ୍ୟ ଭାତ ଖାଆନ୍ତୁ ନାହିଁ।

ଏକାଦଶୀ ବ୍ରତ ଦିନ ଭଗବାନ ବିଷ୍ଣୁଙ୍କ ଆରାଧନା ଓ ତାଙ୍କ ପ୍ରତି ସମର୍ପଣ ଭାବ ରଖିବା ଉଚିତ। ଏହି ଦିନ ଖାଦ୍ୟପେୟ, ନିଜ ବ୍ୟବହାରରେ ସଂଯମ ଓ ସାତ୍ତ୍ବିକତା ପାଳନ କରିବା ଉଚିତ।

ଏକାଦଶୀ ଦିନ ସ୍ବାମୀ-ସ୍ତ୍ରୀ ବ୍ରହ୍ମଚର୍ଯ୍ୟା ପାଳନ କରିବା ଉଚିତ।

ସବୁ ତିଥିରେ ଏକାଦଶୀ ତିଥି ଅତ୍ୟନ୍ତ ଶୁଭ ହୋଇଥାଏ। ଏହିଦିନ ସମସ୍ତ କ୍ଷେତ୍ରରେ ଲାଭ ପାଇବା ପାଇଁ କାହା ପ୍ରତି କଠୋର ଶବ୍ଦର ବ୍ୟବହାର କରନ୍ତୁ ନାହିଁ। କାହା ସହ କଳି ଝଗଡା ମଧ୍ୟ କରନ୍ତୁ ନାହିଁ।

ଏକାଦଶୀ ଦିନ ଭଗବାନଙ୍କୁ ଆରାଧନା କରାଯାଇଥାଏ। ତେଣୁ ଏହି ଦିନ ସକାଳୁ ଶୀଘ୍ର ଉଠିବା ଉଚିତ। ସନ୍ଧ୍ୟା ସମୟରେ ଶୋଇବା ଉଚିତ ନୁହେଁ। ଏହାସହ କାହା ଉପରେ ରାଗନ୍ତୁ ନାହିଁ। ମିଥ୍ୟା କଥା କୁହନ୍ତୁ ନାହିଁ।

 

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories