www.samajalive.in
Saturday, December 6, 2025
26.1 C
Bhubaneswar

ଅମୃତସର ବିସ୍ଫୋରଣରେ ଆଇଏସ୍‌ଆଇର ସ୍ଲିପର ସେଲ୍‌!

ନୂଆଦିଲ୍ଲୀ: ପଞ୍ଜାବ ଗୁଇନ୍ଦା ବିଭାଗର ସତର୍କ ସୂଚନା ସତ୍ତ୍ୱେ ପଞ୍ଜାବରେ ବଡ଼ ଧରଣର ଆତଙ୍କବାଦୀ ଘଟଣା ଘଟିଗଲା। ଏଥିରେ ୩ଜଣ ପ୍ରାଣ ହରାଇଥିବାବେଳେ ୨୦ରୁ ଊର୍ଦ୍ଧ୍ବ ଗୁରୁତର ହୋଇଥିଲେ। ଅମୃତସର ଜିଲାର ରାଜସାଂସୀ ଅଞ୍ଚଳରେ ରବିବାର ନିରଙ୍କରୀ ସତସଙ୍ଗ ଭବନରେ ଆତଙ୍କବାଦୀ ମାନେ ପ୍ରବେଶ କରି ଗ୍ରେନେଡ଼ ମାଡ଼ କରି ଫେରାର ହୋଇ ଯାଇଥିଲେ।
ଏହି ଆକ୍ରମଣ କିଏ କରିଥିଲା ଏ ସମ୍ପର୍କରେ ଅଦ୍ୟାବଧି ପୁଲିସକୁ କୌଣସି ସୁରାକ ମିଳି ନଥିବାବେଳେ ଆକ୍ରମଣ ପ୍ରଚ୍ଛଦରେ ଖାଲିସ୍ଥାନୀ ସମର୍ଥକ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଯେଉଁ ଯୁବକମାନେ ଗ୍ରେନେଡ଼ ଫିଙ୍ଗି ଥିଲେ ସେମାନଙ୍କ ଫଟୋ ମଧ୍ୟ ଜାରି କରିଛି ପୁଲିସ। ଅଦ୍ୟାବଧି ମିଳିଥିବା ତଥ୍ୟ ମୁତାବକ ଖାଲିସ୍ଥାନୀ ସମର୍ଥକ ସ୍ଥାନୀୟ ଯୁବକଙ୍କୁ ପ୍ରବର୍ତ୍ତାଇ ଏହି ଘଟଣା ଘଟାଇ ଥିଲେ।
ପୁଲିସର ତଥ୍ୟ ଅନୁଯାୟୀ ଆଇଏସଆଇର ଗାଇଡ଼ଲାଇନରେ ପାକିସ୍ତାନ ଆତଙ୍କବାଦୀଙ୍କ ସହଯୋଗରେ ପଞ୍ଜାବରେ ଲୁଚି ରହିଥିବା ଖାଲିସ୍ଥାନୀ ସମର୍ଥକ ଏହି ଘଟଣାର ରୂପରେଖ ପ୍ରସ୍ତୁତ କରିଥିଲେ। ଏହି ଘଟଣା ଘଟାଇବା ପାଇଁ ଆବଶ୍ୟକୀୟ ଅର୍ଥ ବିଦେଶରୁ ପ୍ରଦାନ କରାଯାଇଛି। ଏହି ଅର୍ଥ ବିନିମୟରେ ଆଇଏସଆଇର ସ୍ଲିପର ସେଲ ସ୍ଥାନୀୟ ଯୁବକଙ୍କୁ ଗ୍ରେନେଡ଼ ପରି ମାରଣାସ୍ତ୍ର ଯୋଗାଇ ଦେଇଥିଲେ। ଗୁଇନ୍ଦା ଏଜେନ୍ସିର ତଥ୍ୟ ଅନୁଯାୟୀ ଏହି ଘଟଣା ପ୍ରଚ୍ଛଦରେ ଗୋପାଳ ସିଂହ ଚାୱଲାଙ୍କ ହାତ ରହିଛି। ମୌଲାନା ହାଫିଜ ସୟିଦ୍‌ଙ୍କ ସହ ଗୋପାଳଙ୍କୁ ଏକାଧିକ ଥର ଦେଖିବାକୁ ମିଳିଛି। ଗୋପାଳ ଦୀର୍ଘ ଦିନ ଧରି ଆଇଏସଆଇ ସହ ଜଡ଼ିତ ରହିଛନ୍ତି। ଆଇଏସଆଇ ସହଯୋଗରେ ପଞ୍ଜାବରେ ବଡ଼ ଧରଣର ଆତଙ୍କବାଦୀ ଘଟଣା ଘଟାଇବାର ଲକ୍ଷ୍ୟରେ ଗୋପାଳ ତାଙ୍କ ନେଟୱାର୍କକୁ ସଦୃଢ କରୁଥିଲେ। ଏଥିପାଇଁ ଗୋପାଳ ଏଭଳି କିଛି ମୋବାଇଲ ଆପ୍ସର ବ୍ୟବହାର କରୁଥିଲେ ଯାହା ସହଜରେ ଡିକୋଡ଼ କରିବା ଅସମ୍ଭବ ହେଉଥ୍‌ôଲା।
ଗୋପଳ ସିଂହ ଚାୱଲା ପାକିସ୍ତାନୀ ଶିଖ୍‌ ହୋଇଥିବାବେଳେ ପୂର୍ବରୁ ସେ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟିର ପ୍ରାକ୍ତନ ମହାସଚିବ ଦାୟିତ୍ୱରେ ଥିଲେ। ସେ ଜଣେ ସକ୍ରିୟ ଖାଲିସ୍ତାନୀ ସମର୍ଥକ ଭାବେ ଜଣାଶୁଣା।
ପାକିସ୍ତାନୀ କୁଖ୍ୟାତ ଅପରାଧୀ ଜାକିର ମୁସା କିଛି ଖାଲିସ୍ତାନୀ ସମର୍ଥକଙ୍କୁ ଭେଟି ବୈଠକ କରିବାର ଖବର ଶୁଣିବାକୁ ମିଳିଛି। ଜାକିରକୁ କିଛି ଦିନ ଧରି ପଞ୍ଜାବର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଯେଉଁ ଲୋକଙ୍କୁ ଜାକିର ଭେଟିଥିଲା ସେମାନେ ଆଇଏସଆଇ ପାଇଁ ସ୍ଲିପର ସେଲ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ସନ୍ଦେହ କରାଯାଉଛି।
ନିରଙ୍କାରୀ ଭବନର ପ୍ରବନ୍ଧକ ଅର୍ଜୁନ ସିଂହ ରବିବାର ଘଟିଥିବା ଗ୍ରେନେଡ଼ ମାଡ଼ ଘଟଣାରେ ପୁଲିସ ନିକଟରେ ମାମଲା ରୁଜୁ କରିଛନ୍ତି। ଏଫଆଇଆରରେ ଦୁଇ ଜଣ ଅଜ୍ଞାତ ଯୁବକ କଳା ରଙ୍ଗର ପଲସର ବାଇକରେ ଆସି ଗ୍ରେନେଡ଼ ମାଡ଼ କରିଥିବା ଉଲ୍ଲେଖ କରାଯାଇଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories