www.samajalive.in
Sunday, December 7, 2025
13.1 C
Bhubaneswar

ସବୁଠି କଲବଲ କରୁଛି ତାତି: ଦିଲ୍ଲୀରେ ୫୦ ଡିଗ୍ରୀ ଛୁଇଁଲା ତାପମାତ୍ରା

ନୂଆଦିଲ୍ଲୀ : ଦେଶର ବିଭିନ୍ନ ପ୍ରାନ୍ତରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ବିଶେଷକରି ଉତ୍ତର ଓ ପୂର୍ବ ଭାରତରେ ଗ୍ରୀଷ୍ମ ପ୍ରବାହ ସହିତ ତାପମାତ୍ରା ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବା ରେକର୍ଡ କରାଯାଇଛି। ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ସର୍ବୋଚ୍ଚ ତାପମାତ୍ରା ୫୦ଡିଗ୍ରୀ ସେଲସିୟସ୍‌ ନିକଟରେ ପହଞ୍ଚିଥିବା ରେକର୍ଡ କରାଯାଇଛି। ପାଣିପାଗ ବିଭାଗର କହିବା ଅନୁଯାୟୀ ମଙ୍ଗଳବାର ଦିଲ୍ଲୀର ମୁଙ୍ଗେସପୁର ଓ ନର୍ଲାରେ ତାପମାତ୍ରା ୪୯.୯ ଡିଗ୍ରୀ ସେଲସିୟସ୍ ରହିଥିବା ରେକର୍ଡ କରାଯାଇଛି। ଏହି ତାପମାତ୍ରା ସ୍ବାଭାବିକ ତାପମାତ୍ରା ଠାରୁ ୯ଡିଗ୍ରୀ ଅଧିକ। ସେହିପରି ସଫଦରଜଙ୍ଗରେ ତାପମାତ୍ରା ୪୮.୫ ଡିଗ୍ରୀ ରହିଥିବାବେଳେ ପିତମପୁରା, ପୁସା ଓ ଜଫରପୁରରେ ତାପମାତ୍ରା ୪୮ଡିଗ୍ରୀ ଅତିକ୍ରମ କରିଛି। ଉତ୍ତରପ୍ରଦେଶ, ହରିୟାଣା, ରାଜସ୍ଥାନ ଓ ପଞ୍ଜାବରେ ମଧ୍ୟ ତାପମାତ୍ରା ଅସ୍ବାଭାବିକ ଭାବେ ବୃଦ୍ଧି ପାଇଛି। ରାଜସ୍ଥାନର ଚୁରୁରେ ତାପମାତ୍ରା ୫୦.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଏହା ପୂର୍ବରୁ ରାଜସ୍ଥାନରେ ଫାଲୋଡିରେ ତାପମାତ୍ରା ୫୧ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଫାଲୋଡିରେ ମଙ୍ଗଳବାର ତାପମାତ୍ରା ୪୯.୪ ଡିଗ୍ରୀ ରହିଥିଲା। ଏହା ସହିତ ଭିଲୱାରା ୪୭.୪, ଭରତପୁର ୪୮.୨, ପିଲାନି ୪୮.୫, ଚୁରୁ ୪୮, ଶ୍ରୀ ଗଙ୍ଗାନଗର ୪୮.୩ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜସ୍ଥାନରେ ୩୬୨୨ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇଛନ୍ତି। ହରିୟାଣାର ହିସାରରେ ତାପମାତ୍ରା ୫୦.୩ ଡିଗ୍ରୀ ରହିଥିବାବେଳେ ଭଟିଣ୍ଡାରେ ୪୯.୩, ଉତ୍ତରପ୍ରଦେଶ ଝାନସୀରେ ୪୯, ପ୍ରୟାଗରାଜରେ ୪୮.୨, ବାରାଣସୀ ଓ କାନପୁରରେ ୪୭.୬ ଡିଗ୍ରୀ ସେଲସିୟସ୍ ରହିଛି।
ପାଣିପାଗ ବିଭାଗର କହିବା ଅନୁଯାୟୀ ଆଗାମୀ ୨-୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ମେ ୨୯ତାରିଖ ପରେ ଦେଶରେ ତାପମାତ୍ରା କ୍ରମଶଃ ହ୍ରାସ ପାଇବ ବୋଲି ଆଇଏମଡି ନିର୍ଦେଶକ ଆରଏସ୍‌ ଶର୍ମା କହିଛନ୍ତି। ତାପମାତ୍ରା ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶ ମୋରାଦାବାଦରେ ବିଦ୍ୟୁତ୍ ଟ୍ରାନ୍ସଫର୍ମରଗୁଡିକ ଉପରେ ପାଣି ସିଞ୍ଚନ କରାଯାଇଛି। ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ କହିବା ଅନୁଯାୟୀ ଟ୍ରାନ୍ସଫର୍ମର ତାପମାତ୍ରା ୬୦ରୁ ୭୦ ଡିଗ୍ରୀ ସେଲସିୟସ୍ ଉପରକୁ ଯିବ ନାହିଁ। ବିଦ୍ୟୁତ୍ ଯୋଗାଣ ପ୍ରକ୍ରିୟାରେ ବାଧା ସୃଷ୍ଟି ନ ହେବା ଲାଗି ଟ୍ରାନ୍ସଫର୍ମରଗୁଡିକ ନିର୍ଦିଷ୍ଟ ତାପମାତ୍ରା ମଧ୍ୟରେ ରଖିବାକୁ ଏଥିରେ ପାଣି ସିଞ୍ଚନ କରାଯାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories