‘ଦଳିତ’ ଶବ୍ଦ ବ୍ୟବହାର ନେଇ ସୂଚନା ପ୍ରସାରଣ ମନ୍ତ୍ରଣାଳୟର କଟକଣା
ନୂଆଦିଲ୍ଲୀ : ଘରୋଇ ଟେଲିଭିଜନ ନ୍ୟୁଜ୍ ଚ୍ୟାନେଲଗୁଡିକ ଅନୁସୂଚିତ ବର୍ଗର ଲୋକଙ୍କ ପାଇଁ ‘ଦଳିତ’ ଶବ୍ଦ ବ୍ୟବହାର ନ କରିବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏକ ମାମଲାରେ ବମ୍ବେ ହାଇକୋର୍ଟ ଦେଇଥିବା ରାୟକୁ ଭିତ୍ତି କରି ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଅଗଷ୍ଟ ୭ରେ ସମସ୍ତ ଘରୋଇ ଟେଲିଭିଜନ ନ୍ୟୁଜ ଚ୍ୟାନେଲଗୁଡିକ ଉଦ୍ଦେଶ୍ୟରେ ପ୍ରସ୍ତୁତ ଏହି ବିଜ୍ଞପ୍ତିରେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରା ଜୁନ୍ରେ ଜାରି କେତେକ ନିର୍ଦେଶାବଳୀ ଉଲ୍ଲେଖ ରହିଛି। ପଙ୍କଜ ମେଶରାମ ନାମକ ଜଣେ ବ୍ୟକ୍ତିଙ୍କ ଆବେଦନ ଉପରେ ବିଚାର କରି ବମ୍ବେ ହାଇକୋର୍ଟ ନ୍ୟୁଜ୍ ଚ୍ୟାନେଲଗୁଡିକ ଦ୍ୱାରା ‘ଦଳିତ’ ଶବ୍ଦର ବ୍ୟବହାର ଉପରେ ମନ୍ତ୍ରଣାଳୟ ବିଚାର କରିବା ଉଚିତ ବୋଲି ରାୟ ଦେଇଥିଲେ।