www.samajalive.in
Monday, December 8, 2025
14.1 C
Bhubaneswar

ସିପିଆଇ ତରଫରୁ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ୧୦ ଦଫା ଦାବୀପତ୍ର ପ୍ରଦାନ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା ପରିଷଦ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ସୋମବାର ସ୍ଥାନୀୟ ତହସିଲଦାରଙ୍କ କାର୍ୟ୍ୟାଳୟଠାରେ ମହିଳା କମ୍ରେଡମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ୧୦ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି। ତହସିଲଦାର ଅଶୋକ ମାଝୀଙ୍କୁ ଏହି ଦାବୀପତ୍ର ପ୍ରଦାନ କରିବା ସହ ତୁରନ୍ତ କାର୍ୟ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି। ଏହାସହିତ ଯଦି ଏହି ଦାବୀ ପତ୍ର ଉପରେ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ବିକ୍ଷୋଭ ପ୍ରଦର୍ଶନ ବେଳେ ଚେତାବନୀ ଦେଇଛନ୍ତି। ସିପିଆଇ କର୍ମୀମାନେ ଧାମନଡଙ୍ଗା ଶ୍ୟାମଜୀ ମନ୍ଦିରରୁ ବାହାରି ତହସିଲ କାର୍ୟ୍ୟାଳୟ ପର୍ୟ୍ୟନ୍ତ ଆସି କୋଭିଡ -୧୯ ନିୟମ ପାଳନ କରି ପ୍ରଶାସନର ଆଦେଶ ମୁତାବକ କମ ସଂଖ୍ୟାରେ ତହସିଲ କାର୍ୟ୍ୟାଳୟରେ ପହଞ୍ଚି ଦାବୀପତ୍ର ପ୍ରଦାନ କରିଥିଲେ।

ପ୍ରମୁଖ ଦାବୀ ଗୁଡିକ ମଧ୍ୟରେ- ମନରେଗା ଯୋଜନା କାର୍ୟ୍ୟକାରୀ କରି ଦିନ ମଜୁରିଆ ଓ ବେରୋଜଗାରୀ ଯୁବକ ଯୁବତୀମାନଙ୍କୁ କାମ ଯୋଗାଇ ସର୍ବନିମ୍ନ ୨୦୦ ଦିନର କାମ ଓ ୬୦୦ ଟଙ୍କା ମଜୁରୀ ପ୍ରଦାନ, ମନରେଗା ପ୍ରକଳ୍ପକୁ କୃଷି କ୍ଷେତ୍ରରେ କାର୍ୟ୍ୟକାରୀ କରାଯାଉ, ଆୟକର ଦେଉ ନଥିବା ସମସ୍ତ ପରିବାରକୁ ସର୍ବନିମ୍ନ ୬ ମାସ ପର୍ୟ୍ୟନ୍ତ ୭ ହଜାର୫ ଶହ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉ, ଏପିଏଲ ଓ ବିପିଏଲ ନିର୍ବିଶେଷରେ ପ୍ରତ୍ୟେକ ବ୍ୟକ୍ତି ପିଛା ୧୦ କେ.ଜି. ଚାଉଳ/ଗହମ ସମେତ ଅନ୍ୟାନ୍ୟ ରାସନ ସାମଗ୍ରୀ ଯୋଗାଇଦେବା, କରୋନା ମହାମାରୀ ଆଳରେ ଶ୍ରମ ଆଇନକୁ ସଂଶୋଧନ/ପରିବର୍ତ୍ତନ କରା ନ ଯାଉ, ମହିଳା ସ୍ୱୟଂ ସହାୟକ ଗୋଷ୍ଠିମାନେ ମାଇକ୍ରୋଫାଇନାନ୍ସରୁ କରିଥିବା ଋଣ ଛାଡ କରାଯାଉ, ଆଗାମୀ ଫସଲ ପାଇଁ ବିନା ସୂଧରେ କୃଷି ଋଣ ଯୋଗାଇ ଦିଆଯାଉ, କରୋନା ମୁକାବିଲା ନାମରେ ରାଜନୈତିକ ସ୍ୱାର୍ଥ ସିଦ୍ଧି ପାଇଁ ଗଣତାନ୍ତ୍ରିକ ଅଧିକାର ଉପରେ ଆକ୍ରମଣ ବନ୍ଦ କରାଯାଉ, ପେଟ୍ରୋଲ, ଡିଜେଲ ଓ ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀ ବର୍ଦ୍ଧିତ ଦର ପ୍ରତ୍ୟାହାର କରାଯାଉ ଆଦି ଦାବୀ ବିଷୟରେ ଉଲ୍ଲେଖ ରହିଛି।

- Advertisement -

ଏହି ଶୋଭାଯାତ୍ରାରେ ଜିଲ୍ଲା ପରିଷଦ ସିପିଆଇ ସଂପାଦକ କମ୍ରେଡ, ଗୋପାଲ ଭୋଇ, ଶାଖା ସଂପାଦକ ଉତ୍ତମ ମଲ୍ଲିକ, ପାଣ୍ଡବ ଭୋଇ, ମହିଳା ନେତ୍ରୀ କମ୍ରେଡ ସ୍ୱପ୍ନା ତ୍ରିପାଠୀ, ଭାନୁମତୀ ମାଝୀ, ଆଶା ଭୋଇ, ଜାହ୍ନବୀ ମାଝୀ, ଯମୁନା ମାଝୀ, ମଞ୍ଜୁ ମାଝୀ ପ୍ରମୁଖ ନେତୃତ୍ୱ ନେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories