www.samajalive.in
Tuesday, December 9, 2025
16.1 C
Bhubaneswar

‘ଦବଙ୍ଗ-୩’ରେ ପୁଣି ନଜର ଆସିବେ ସୋନାକ୍ଷୀ

ମୁମ୍ବଇ : ସୋନାକ୍ଷୀ ସିହ୍ନା ନିକଟରେ ନିଜ ଆଗାମୀ ଚଳଚ୍ଚିତ୍ର ‘କଳଙ୍କ’ର ସୁଟିଂ ଶେଷ କରି ବିଶ୍ରାମ ନେଉଛନ୍ତି। ଆଉ ଦେଢ଼ ମାସ ପରେ ପୁଣି ସେ ସୁଟିଂରେ ଲାଗିପଡ଼ିବେ। କାରଣ ତାଙ୍କ ବହୁପ୍ରତୀକ୍ଷିତ ଓ ସୁପରହିଟ୍ ସିରିଜ୍ ‘ଦବଙ୍ଗ-୩’ର କାମ ଆରମ୍ଭ ହେବ। ଅରବାଜ୍‌ ଖାନ୍‌‌ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ପ୍ରଥମ ଦୁଇଟି ଭାଗରେ ସଲମାନ୍ ଖାନ୍, ସୋନାକ୍ଷୀ ସିହ୍ନା, ଅରବାଜ୍ ଖାନ୍‌ଙ୍କ ଯୋଡ଼ି ଦେଖିବାକୁ ମିଳିଥିଲା। ଏଣୁ ତୃତୀୟ ଭାଗରେ ମଧ୍ୟ ସେମାନେ ଏକତ୍ର କାମ କରିବେ। ୨ ବର୍ଷ ତଳୁ ହିଁ ଏହି ପ୍ରୋଜେକ୍ଟ ଆରମ୍ଭ ହେବାର ଶୁଣାଯାଉଥିଲା କିନ୍ତୁ ସୋନାକ୍ଷୀ ଓ ସଲମାନ୍‌ଙ୍କ ମତାନ୍ତର କାରଣରୁ କୌଣସି କାମ ଆଗେଇ ପାରୁନଥିଲା। ଶେଷରେ ଦୁହିଁଙ୍କ ମଧ୍ୟରେ ବୁଝାମଣା ହୋଇଥିଲା ଓ ସୋନାକ୍ଷୀ ପୁଣି ଦବଙ୍ଗ-୩ରେ କାମ ପାଇଁ ରାଜି ହୋଇଥିଲେ।
ଏସବୁ ଭିତରେ ସଲମାନ୍‌ ଅନ୍ୟ ପ୍ରୋଜେକ୍ଟରେ ବ୍ୟସ୍ତ ହୋଇଗଲେ। ଏବେ ସଲମାନ୍‌‌ ନିଜ ଅନ୍ୟ ଚଳଚ୍ଚିତ୍ର ସୁଟିଂ ଦାୟିତ୍ବରୁ ମୁକ୍ତ ହୋଇଛନ୍ତି। ଏଣୁ ଅରବାଜ୍‌ ଏଇ ମଉକାରେ ଦବଙ୍ଗ-୩ର କାମ ଆରମ୍ଭ କରିବେ। ସୋନାକ୍ଷୀ ମଧ୍ୟ ଏଇ ସୁପରହିଟ୍ ସିରିଜ୍‌ରେ ପୁଣି ମୁହଁ ଦେଖାଇବେ ବୋଲି ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଭାଗ୍ୟଦେବୀଙ୍କ କୃପାରୁ ସୋନାକ୍ଷୀଙ୍କ ଆଶା ପୂରଣ ହେଉଛି ବୋଲି ଅନ୍ୟମାନେ କୁହାକୁହି ହେଲେଣି। ମାର୍ଚ୍ଚ ସୁଦ୍ଧା ‘ଦବଙ୍ଗ-୩’ର କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories