ହିନ୍ଦୁ ଭାବି ଦମ୍ପତ୍ତିଙ୍କୁ ୪ ମୁସଲିମ ଯୁବକଙ୍କ ନିର୍ଯାତନା, ସମସ୍ତ ଅଭିଯୁକ୍ତ ଗିରଫ

ଡେସ୍କ: ହାଇଦ୍ରାବାଦରେ ଏକ ଦୁଃଖଦ, ଭୟାନକ ଏବଂ ହୃଦୟ ବିଦାରକ ଘଟଣାରେ ଜଣେ ଆନ୍ତଃଧର୍ମୀ ଦମ୍ପତିଙ୍କୁ ନିର୍ଯାତନାର ସମ୍ମୁଖୀନ ହେବାକୁ ପଡ଼ିଛି। ଭିଡିଓରେ କିଛି ମୁସଲିମ ଯୁବକ ବୁର୍ଖା ପିନ୍ଧିଥିବା ଜଣେ ମହିଳାଙ୍କ ସହ ଏକ ଶିଶୁକୁ ନେଇ ଯାଉଥିବା ଜଣେ ପୁରୁଷଙ୍କ ସହ ଏଭଳି କରିଛନ୍ତି। ସେମାନେ ଉକ୍ତ ବ୍ୟକ୍ତିଙ୍କୁ ହିନ୍ଦୁ ଭାବି ଟାର୍ଗେଟ କରିବା ସହ ଜଣେ ମୁସଲମାନ ମହିଳାଙ୍କ ସହ ଚାର୍ମିନାରରେ ତାଙ୍କ ଉପସ୍ଥିତିକୁ ନାପସନ୍ଦ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣକାରୀମାନେ ଉକ୍ତ ବ୍ୟକ୍ତିଙ୍କର ଧାର୍ମିକ ପରିଚୟ ପ୍ରମାଣ ମାଗିବା ସହ ତାଙ୍କ ଆଧାର କାର୍ଡ ଦେଖିବାକୁ ଜିଦ୍ ଧରିଥିଲେ। ମହିଳାଙ୍କ ଅନୁରୋଧ ସତ୍ତ୍ୱେ ପୀଡ଼ିତା ନିର୍ଯାତନା ସହି ଚାଲିଥିଲେ।

ଜେଲରେ ସାହାଜାହାନ, ପଚରାଉଚରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରିବା ସହ ସନ୍ଦିଗ୍ଧଙ୍କୁ ଧରିବା ପାଇଁ ତୁରନ୍ତ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା। ଇତି ମଧ୍ୟରେ ଏହି ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ନିକଟରୁ ଭାଇରାଲ ଭିଡିଓ ଫୁଟେଜ୍ ଥିବା ମୋବାଇଲ୍ ଫୋନ୍ ମିଳିଥିଲା, ଯାହାକୁ ତଦନ୍ତ ପାଇଁ ପ୍ରମାଣ ଭାବେ ଜବତ କରାଯାଇଛି। ଚାରିମିନାର ଏସିପି ପି ଚନ୍ଦ୍ରଶେଖା କହିଛନ୍ତି, ୪ ଜଣ ବ୍ୟକ୍ତି ଦମ୍ପତିଙ୍କୁ ଶାରୀରିକ ନିର୍ଯାତନା ଦେଇଥିଲେ। ମହିଳାଙ୍କ ସହ ଏକ ସନ୍ତାନ ଥିଲା। ଅଭିଯୁକ୍ତମାନେ ଶିଶୁଟିକୁ ମଧ୍ୟ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଥିଲେ। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସେ କହିଛନ୍ତି।

Comments are closed.