nua o banner

ନୂଆବର୍ଷ ପାଇଁ ରାଜଧାନୀରେ ବ୍ଲକିଂ ଓ ଚେକିଂକୁ କଡ଼ାକଡ଼ି

BSKY banner  750×100

ଭୁବନେଶ୍ବର: ନୂଆବର୍ଷ ପାଇଁ କମିଶନରେଟ ପୁଲିସର ଜୋରଦାର ଚେକିଂ ଜାରି ରହିଛି। ନୂଆବର୍ଷ ନିମନ୍ତେ ରାଜଧାନୀରେ ବ୍ଲକିଂ ଓ ଚେକିଂକୁ କଡ଼ାକଡ଼ି କରାଯାଇଛି। ରାଜଧାନୀର ବିଭିନ୍ନ ଛକ ଓ ବଜାରରେ ବ୍ଲକିଂ ଓ ଚେକିଂ କରାଯାଉଛି। କଳ୍ପନା ଛକ, ଝାରପଡ଼ା ଗୋଲେଇ ଛକ, ନନ୍ଦନକାନନ ରୋଡରେ ଚେକିଂ ଚାଲିଛି। ଚେକିଂରେ ୩ ପ୍ଲାଟୁନ ଫୋର୍ସ ସହ ବିଭିନ୍ନ ଥାନାର ପୁଲିସ ସାମିଲ ହୋଇଛନ୍ତି।
ନୂଆ ବର୍ଷ ଉପଲକ୍ଷେ ଜିରୋ ନାଇଟ ସେଲିବ୍ରେସନ ପାଳନ ହେବାକୁ ଥିବାର ରାଜଧାନୀର ବିଭିନ୍ନ ସ୍ଥାନରେ ଫୁଲ୍ ଟାଇଟ୍ ଚେକିଂ କରାଯିବ ବୋଲି କମିଶନରେଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ସନ୍ଧ୍ୟା ୭ଟାରୁ ରାତି ୨ଟା ଯାଏଁ ଭୁବନେଶ୍ୱରର ଛକ ଛକରେ ଚେକିଂ କଡ଼ାକଡ଼ି କରିବ କମିଶନରେଟ୍ ପୁଲିସ।
ବଡ଼ଗଡ଼, ଲକ୍ଷ୍ମୀ ସାଗର, ଚନ୍ଦ୍ରଶେଖରପୁର, ଇନଫୋସିଟି, ଖଣ୍ଡଗିରି, ନୟାପଲ୍ଲୀ ପୁଲିସ ସହରର ପ୍ରମୁଖ ଛକରେ ସାରା ରାତି ବ୍ଲକିଂ ଓ ଚେକିଂ କରିଛି କମିଶନରେଟ ପୁଲିସ୍‌। ଯାନବାହନ ଯାଞ୍ଚ କରିବା ସହ ଚାଳକ ନିଶାସକ୍ତ ଅବସ୍ଥାରେ ଅଛନ୍ତି କି ନାହିଁ ବ୍ରେଥ୍ ଆନାଲାଇଜର୍ ସାହାଯ୍ୟରେ ତାହାର ବି ଯାଞ୍ଚ ହୋଇଛି। ବହୁ ଲୋକଙ୍କ ଗାଡ଼ି ଜବତ ହୋଇଥିବାବେଳେ ଅନେକଙ୍କଠାରୁ ଜୋରିମାନା ଆଦାୟ କରାଯାଇଛି। ଅପରପକ୍ଷରେ ଆଜି ମଦ ପିଇ ଗାଡ଼ି ନ ଚଲାଇବାକୁ କମିଶନରେଟ ପୁଲିସ ପରାମର୍ଶ ଦେଇଛି।

ସୁରକ୍ଷା ଦାୟିତ୍ବରେ ୪ ଅତିରିକ୍ତ ଡିସିପିଙ୍କ ସହ ୭ ଏସିପି, ୨୪ ଇନସପେକ୍ଟର, ୮୭ ସବଇନ୍ସପେକ୍ଟରଙ୍କ ସହ ୧୪ ପ୍ଲାଟୁନ ଫୋର୍ସ ମୁତୟନ ହେବ। ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଘାଇଁ ଘାଇଁ ପଇଁତରା ମାରିବ ପିସିଆର ଭ୍ୟାନ ଓ ସ୍ପେଶାଲ ସ୍କ୍ୱାର୍ଡ ।

Comments are closed.