ଛୋଟ ଛୁଆଙ୍କୁ ମାଟି ଖାଇବା ଅଭ୍ୟାସରୁ ନିବୃତ୍ତ ରଖିବେ କିପରି?

0

ଛୋଟ ଛୁଆଙ୍କୁ ମାଟି ଖାଇବାର ଅଭ୍ୟାସ ଖୁବ୍‍ ଶିଘ୍ର ହୋଇଯାଇଥାଏ। ଏହି ଅଭ୍ୟାସ ଦ୍ୱାରା ବାପା-ମା ମାନେ ସର୍ବଦା ଚିନ୍ତିତ ରହିଥାନ୍ତି। ମାଟି ଖାଇବା ଏକ ଖରାପ ଅଭ୍ୟାସ ଅଟେ। ମାଟି ଖାଇବା ଦ୍ୱାରା ଅନେକ ସମୟରେ ଛୋଟ ଛୁଆଙ୍କର ଦେହ ଖରାପ ହୋଇଥାଏ। ଯାହାଦ୍ୱାରା ଛୁଆଙ୍କର ପେଟ ଦରଜ ହୋଇଥାଏ। ଛୋଟ ଛୁଆଙ୍କୁ ମାଟି ଖାଇବା ପ୍ରକୃତିରୁ ନିବୃତ୍ତ ରଖିବା ପାଇଁ ସେମାନଙ୍କୁ ଅନ୍ୟ କାମରେ ବ୍ୟସ୍ତ ରଖନ୍ତୁ। ଆସନ୍ତୁ ଜାଣିବା ମାଟି ଖାଇବା ଅଭ୍ୟାସରୁ ନିବୃତ୍ତ ରଖିବା ପାଇଁ କଣ କରିବା ଉଚିତ୍‍..


ମାଟି ଖାଇବା ଅଭ୍ୟାସ ଛଡାଇବାର ପ୍ରକ୍ରିୟା:
ଲବଙ୍ଗକୁ ଛେଚି ତାକୁ ପାଣିରେ ଫୁଟାଇ ଦିଅନ୍ତୁ। ଛୁଆଙ୍କୁ ଏକ ଚାମଚ କରି ଦିନକୁ ୩ଥର ପିଆନ୍ତୁ। ଏପରି କରିବା ଦ୍ୱାରା ମାଟି ଖାଇବା ଅଭ୍ୟାସ ଶୀଘ୍ର ଛାଡିଯିବ।

prayash

ଛୁଆଙ୍କୁ ପ୍ରତିଦିନ ଗୋଟିଏ କଦଳୀ ସହ ମହୁ ମିଶାଇ ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ଛୁଆମାନେ ଆସ୍ତେ ଆସ୍ତେ ମାଟି ଖାଇବାରୁ ନିବୃତ୍ତ ହୋଇଯିବେ।
ପ୍ରତିଦିନ ରାତିରେ ଉଷୁମ ପାଣିରେ ଜୁଆଣି ଗୁଣ୍ଡ ମିଶାଇ ଛୁଆଙ୍କୁ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ମାଟି ଖାଇବା ଅଭ୍ୟାସ ଦୂରେଇ ଯିବ।


ଛୁଆଙ୍କ ଶରୀରରେ କିଛି ପୋଷକ ତତ୍ତ୍ୱ କମ୍‍ ପରିମାଣରେ ଥିବା ଯୋଗୁଁ ସେମାନେ ମାଟି ଖାଇବାକୁ ଅଭ୍ୟାସରେ ପରିଣତ କରି ଦେଇଥାନ୍ତି। ତେଣୁ ଛୁଆଙ୍କୁ ପ୍ରତିଦିନ ପୋଷକଯୁକ୍ତ ଖାଦ୍ୟ ଖୁଆନ୍ତୁ। ଛୁଆଙ୍କ ଶରୀର ବାରମ୍ବାର ଖରାପ ହେଉଥିଲେ ଡାକ୍ତରଙ୍କ ନିକଟକୁ ନେଇ ପରୀକ୍ଷା କରାନ୍ତୁ।

kalyan agarbati
Leave A Reply