www.samajalive.in
Sunday, December 7, 2025
14.1 C
Bhubaneswar

କେନ୍ଦୁଝରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

କେନ୍ଦୁଝର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରବିବାର କେନ୍ଦୁଝର ଜିଲ୍ଲା ଗସ୍ତ କରି ଜିଲାପାଳ ଏବଂ ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ସେଠାରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି। ଏହି ଅବସରରେ ଉକ୍ତ ସ୍ଥାନଗୁଡିକର ବିକାଶ, ରକ୍ଷଣାବେକ୍ଷଣ ଓ ରକ୍ଷଣାବେକ୍ଷଣରେ ସ୍ଥାନୀୟ ସମ୍ପ୍ରଦାୟର ପ୍ରତ୍ୟକ୍ଷ ଯୋଗଦାନ ସହିତ ଜିଲ୍ଲାର ପ୍ରକୃତି ଏବଂ ପରିବେଶର ବିକାଶ ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସ୍ଥାନୀୟ ଯୁବକମାନଙ୍କ ସକ୍ରିୟ ଅଂଶଗ୍ରହଣ ସହିତ ଜଙ୍ଗଲ ସଫାରି ଏବଂ ବୋଟିଂ ସୁବିଧା ପାଇଁ ଉପଯୁକ୍ତ ସ୍ଥାନ ଚିହ୍ନଟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ମହାପାତ୍ର ଆହୁରି କହିଛନ୍ତି, ଏଭଳି ପଦକ୍ଷେପ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ସେହି ଜିଲାର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ।

ଏହା ବ୍ୟତୀତ ମୁଖ୍ୟ ଶାସନ ସଚିବ ଜଳସେଚନ ପ୍ରକଳ୍ପ, ସଡ଼କ କାର୍ୟ୍ୟ ଏବଂ ଜାତୀୟ ରାଜପଥ କାର୍ୟ୍ୟଗୁଡ଼ିକର ମଧ୍ୟ ତୃଣମୂଳ ସ୍ତରରୁ ସମୀକ୍ଷା କରିଥିଲେ। ପ୍ରତ୍ୟେକ ପ୍ରକଳ୍ପ ଶେଷ ହେବା ପାଇଁ ଶ୍ରୀ ମହାପାତ୍ର ସମୟ ସୀମା ନିର୍ଦ୍ଧାରଣ କରିଛନ୍ତି। ଏହାପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କେନ୍ଦୁଝର ମେଡିକାଲ କଲେଜ ନିର୍ମାଣର କ୍ଷେତ୍ର ସ୍ତରୀୟ ସମୀକ୍ଷା କରିଥିଲେ ଏବଂ ପ୍ରକଳ୍ପର ବିଭିନ୍ନ ପର୍ୟ୍ୟାୟ ସମାପ୍ତି ପାଇଁ ସମୟ ସୀମା ନିର୍ଦ୍ଧାରଣ କରିଥିଲେ।

- Advertisement -

 

 

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories