www.samajalive.in
Sunday, December 7, 2025
26.1 C
Bhubaneswar

ତାଲାବନ୍ଦରେ ଜମୁନି ବେପାର, ବେପାରୀ ନିରାଶ

ସାରନଗରୀ : କରୋନାର ଦ୍ୱିତୀୟ ଲହର ଦ୍ରୁତ ବେଗରେ ବଢିବା ଯୋଗୁ ଗତ ମେ ମାସ ୫ ତାରିଖରୁ ତାଲାବନ୍ଦ ଓ ସପ୍ତାହନ୍ତ ବନ୍ଦ ଜାରି ରହିଛି । ତାଲାବନ୍ଦ ଯୋଗୁ କରୋନା ସଂକ୍ରମଣ ସାମାନ୍ୟ କମିଥିଲେ ହେଁ ସଂପୂର୍ଣ୍ଣ ଭାବେ ସୁଧାର ଆସି ପାରିନଥିବା ଦେଖିବାକୁ ମିଳିଛି । ସୁନ୍ଦରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ଯୋଗୁ ସବୁ ପ୍ରକାର କଷ୍ଟକୁ ସ୍ୱୀକାର କରି ସରକାରଙ୍କ କରୋନା ମୁକାବିଲା ଦିଗରେ ଲୋକେ ସହଯୋଗର ହାତ ବଢାଇଛନ୍ତି । ଦକ୍ଷିଣ ରାଉରକେଲା ଅଂଚଳରେ ଫୁଲ, ଟେଂଟ ହାଉସ, ଟ୍ରାଭେଲ ଏଜେନ୍ସି ଆଦି ବ୍ୟବସାୟ ସହିତ ଅନେକ ଛୋଟ ବଡ଼ ବେପାର ବନ୍ଦ ରହିଛି । କରୋନା ଯୋଗୁ ଚାଷୀଙ୍କଠାରୁ ଆରମ୍ଭ କରି ବ୍ୟବସାୟୀଙ୍କ ଆର୍ଥିକ ସ୍ଥିତି ଦିନକୁ ଦିନ ଜଟିଳରୁ ଜଟିଳତର ଆଡକୁ ଗତି କରୁଛି । ବଡ଼ ବ୍ୟବସାୟୀଙ୍କ ଅପେକ୍ଷା ଛୋଟ ବ୍ୟବସାୟୀମାନେ ସମସ୍ୟାର ସମ୍ମୁଖୀନ ହେବା ସହ ସେମାନଙ୍କୁ ନିରାଶର ସମ୍ମୁଖୀନ ହେବାକୁ ପଡ଼ିଛି ।

ସାରନଗରୀ ଅନ୍ତର୍ଗତ ମା’ ମଙ୍ଗଳା ଛକରେ ଚା’ ଦୋକାନ କରିଥିବା ପ୍ରତାପ ଦାସଙ୍କ କହିବା ଅନୁଯାୟୀ, ତାଲାବନ୍ଦ ଆଗରୁ ଦୈନିକ ହଜାରରୁ ପନ୍ଦର ଶହ ଟଙ୍କାର ଚା ବିକ୍ରି ହେଉଥିଲା, ମାତ୍ର ଏବେ ଚା ବିକ୍ରି କରିବା ମୁସ୍କିଲ ହୋଇ ପଡ଼ିିବା ସହ ତାଲାବନ୍ଦ ଯୋଗୁ ଦୋକାନରେ ତାଲା ଝୁଲୁଛି। ଯାହା ଫଳରେ ଆଉ ଦୋକାନ ଚଳାଇବା ସମ୍ଭବପର ହେଉନାହିଁ । ସେହିପରି ବିବାହ, ବ୍ରତ, ଧାର୍ମିକ, ସାମାଜିକ ଓ ରାଜନୈତିକ କାର୍ୟ୍ୟ ଓ ସଭାସମିତି ମଧ୍ୟ ଆୟୋଜନ ହେଉ ନଥିବାରୁ ବିଭିନ୍ନ ଟେଂଟ ହାଉସ, ଲାଇଟ ଓ ସାଉଣ୍ଡ, ଫୁଲ ସଜ୍ଜା, କଲ୍ୟାଣ ମଣ୍ଡପ, କ୍ୟାଟେରିଂ ଆଦି ବେପାର ଏକ ପ୍ରକାର ଠପ ହୋଇଯାଇଛି । କରୋନାର ଦ୍ୱିତୀୟ ଲହର ପୂର୍ବରୁ ବେପାରୀ ମାନେ ଯାହା ସବୁ ଅଗ୍ରୀମ ନେଇଥିଲେ ତାହା ଏବେ ଫେରସ୍ତ କରିବାକୁ ବାଧ୍ୟ ହେଉଛନ୍ତି । ସ୍ଥାନୀୟ ଅଂଚଳର କିଛି ଛୋଟ ଟେଂଟ ବ୍ୟବସାୟୀ ମାନେ କ୍ଷତିର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଏହା ସହିତ ଫଟୋ ଦୋକାନ କରିଥିବା ବ୍ୟବସାୟୀ, ଡିଜେ ସାଉଣ୍ଡ ରଖିଥିବା ବ୍ୟବସାୟୀମାନେ କାମଧନ୍ଦା ନପାଇ ହାତବାନ୍ଧି ବସି ରହିଛନ୍ତି । ସେହିପରି ମନ୍ଦିର ଗୁଡ଼ିକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇ ଥିବାରୁ ପୂଜକ ମାନଙ୍କ ଆର୍ଥିକ ସ୍ଥିତି ପ୍ରଭାବିତ ହେଉଥିବା କିଛି ପୂଜକ ସେମାନଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଗୋଟିଏ ପଟେ କରୋନାର ଦ୍ୱିତୀୟ ଲହର ଥମୁ ନ ଥିବା ବେଳେ ତାଲାବନ୍ଦ ଆଗକୁ ବୃଦ୍ଧି ପାଇବା ଆଶଙ୍କା ଦେଖାଦେଇଛି । ଛୋଟ ବ୍ୟବସାୟୀ ମାନେ ନିଜ ପରିବାର ପ୍ରତିପୋଷଣ କରିବା କାଠିକର ପାଠ ହୋଇପଡ଼ିଛି ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories