ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୦-୨୧ ସାଧାରଣ ବଜେଟ୍ ଉପସ୍ଥାପନ କରୁଛନ୍ତି ।
ବଜେଟରେ ରାଷ୍ଟ୍ରୀୟ ଟେକ୍ନେିକାଲ ଟେକ୍ସଟାଇଲ ମିଶନ ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଛି।
ମୋବାଇଲ ଫୋନ, ଇଲେକଟ୍ରୋନିକ୍ସ ଉପକରଣ, ସେମିକଣ୍ଡକ୍ଟର ପ୍ୟାକେଜିଙ୍ଗର ବିନିର୍ମାଣକୁ ପ୍ରୋତ୍ସାହନ ପାଇଁ ଯୋଜନା କରାଯାଇଛି।
ସେହିପରି ଉଦ୍ୟୋଗ ଏବଂ ବାଣିଜ୍ୟ ଉତ୍ପାଦର ବିକାଶ ପାଇଁ ପ୍ରୋତ୍ସାହନ ପାଇଁ ୨୭,୩୦୦ କୋଟିର ପ୍ରସ୍ତାବ ରହିଛି ।
ଖୁବ୍ ଶୀଘ୍ର ରାଷ୍ଟ୍ରୀୟ ଲଜିଷ୍ଟିକ୍ ନୀତି ଘୋଷଣା କରାଯିବ।
ପିପିପି ମୋଡରେ ୫ଟି ସହରକୁ ବିକଶିତ କରିବା ପାଇଁ ପ୍ରସ୍ତାବ ରହିଛି ବୋଲି ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଭାଷଣରେ କହିଛନ୍ତି।
- Advertisement -



