www.samajalive.in
Sunday, December 7, 2025
26.1 C
Bhubaneswar

ମଧ୍ୟବିତ୍ତ ଓ ନିମ୍ନବର୍ଗଙ୍କୁ ମିଳିବ ଅଧିକ ଆର୍ଥିକ କ୍ଷମତା – ସୀତାରମଣ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସରକାର ଲୋକଙ୍କ ହାତରେ ବିଶେଷକରି ମଧ୍ୟବିତ୍ତ ଓ ନିମ୍ନବର୍ଗଙ୍କ ପାଖରେ ଅଧିକ ଅର୍ଥ ରଖିବାକୁ ଚାହୁଁଛନ୍ତି। ଗତକାଲି କେନ୍ଦ୍ରୀୟ ବଜେଟ୍‍ ଉପସ୍ଥାପନ ପରେ ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୀତାରମଣ କହିଛନ୍ତି ଯେ ସରକାର ମଧ୍ୟ ଆୟକର ଆଇନକୁ ସରଳ କରିବାକୁ ଚାହାନ୍ତି। ଏହା ଯେତେ ସରଳ ହେବ ସେତେ ଅଧିକ ଲୋକ ଆୟକର ପ୍ରଦାନ କରିବାକୁ ଆଗ୍ରହ ପ୍ରକାଶ କରିବେ। ସଚ୍ଚୋଟ ଟିକସଦାତାଙ୍କ ସମ୍ମାନ ଯେପରି ରକ୍ଷା ପାଇପାରିବ ତାହା ନିଶ୍ଚିତ କରିବା ପାଇଁ ଟିକସଦାତା ସନନ୍ଦ ଅଣାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସନନ୍ଦ ବା ଟାକ୍ସ ପେୟର ଚାର୍ଟରରେ ସରକାର ଦୃଢ଼ ବିଶ୍ୱାସୀ। ବିତ୍ତୀୟ ନିଅଣ୍ଟର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା, ତାହାକୁ ସରକାର ୦.୫ ଶତାଂଶ କୋହଳ କରିଛନ୍ତି।

ଉପଭୋକ୍ତାବାଦକୁ ପ୍ରୋତ୍ସାହିତ କରିବା ସହ ଘରୋଇ ପୁଞ୍ଜି ନିବେଶ ବୃଦ୍ଧି ଓ ଲୋକଙ୍କ ଖର୍ଚ୍ଚ ବଢ଼ାଇବା ଉଦ୍ଦେଶ୍ୟରେ ଏହା କରାଯାଇଛି। ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି ବିତ୍ତୀୟ ଦାୟିତ୍ୱବୋଧ ଏବଂ ବଜେଟ୍‍ ପରିଚାଳନା ସଂକ୍ରାନ୍ତ ଯେଉଁ ନୀତି ରହିଛି, ତାହାକୁ ସରକାର ଉଲ୍ଲଂଘନ ନ କରି ଏହି ପଦକ୍ଷେପ ଗ୍ରହଣ କରୁଛନ୍ତି। ତେଣୁ ରାଜସ୍ୱ ଆଦାୟ କ୍ଷେତ୍ରକୁ ଅଧିକ ଭାରାକ୍ରାନ୍ତ କରାଯାଇ ନାହିଁ। ସେ କହିଛନ୍ତି, କମ୍ପାନି ଟିକସ ହ୍ରାସ ନୂଆ କମ୍ପାନିଗୁଡ଼ ପାଉଥିବା ଲାଭ ତଥା ଜିଏସ୍‍ଟି ସଂଗ୍ରହରେ ଅଭିବୃଦ୍ଧି ଫଳରେ ଆଗକୁ ରାଜସ୍ୱ ସଂଗ୍ରହ ବଢ଼ିବ। ତେଣୁ ଆସନ୍ତାବର୍ଷ ଅଧିକ ପୁଞ୍ଜି ପ୍ରତ୍ୟାହାର ପାଇଁ ସୁଯୋଗ ମିଳିବ ଓ ଏହା ବିତ୍ତୀୟ ନିଅଣ୍ଟକୁ ହ୍ରାସ କରିବାରେ ସହାୟକ ହେବ। ପ୍ରଥମ ଥର ପାଇଁ ବଜେଟରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories