www.samajalive.in
Monday, December 8, 2025
16.1 C
Bhubaneswar

ନାଗରିକଙ୍କୁ ଆର୍ଥିକ କ୍ଷମତାପନ୍ନ କରିବ ଚଳିତ ବଜେଟ – ମୋଦୀ

ନୂଆଦିଲ୍ଲୀ: ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍‍ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ସହିତ ସମସ୍ତ ନାଗରିକଙ୍କୁ ଆର୍ଥିକ କ୍ଷମତାପନ୍ନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଆଗତ ହୋଇଥିବା ବଜେଟ୍‍ ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଏହି ବଜେଟ୍‍ କୃଷି, ବିନିର୍ମାଣ, ବୟନ ଏବଂ ଟେକ୍ନୋଲୋଜି କ୍ଷେତ୍ରକୁ ଗୁରୁତ୍ୱ ପ୍ରଦାନ କରିଛି। ଫଳରେ ନିଯୁକ୍ତି କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି ହୋଇପାରିବ। ସେ କହିଛନ୍ତି, ଏହି ବଜେଟ୍‍ରେ କୃଷିକ୍ଷେତ୍ର ପାଇଁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ପ୍ରଧାନମନ୍ତ୍ରୀ ମାଛଚାଷ, ପଶୁପାଳନ ଏବଂ ଉଦ୍ୟାନ କୃଷି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିବା ବିଷୟ ଉଲ୍ଲେଖ କରି କହିଛନ୍ତି ଦେଶରେ ବେକାରୀ ଦୂରୀକରଣ କ୍ଷେତ୍ରରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ। ୨୦୨୧ ସୁଦ୍ଧା କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା କ୍ଷେତ୍ରରେ ବଜେଟ୍‍ରେ ପ୍ରସ୍ତାବିତ ୧୬ସୂତ୍ରୀ କାର୍ଯ୍ୟକ୍ରମ ଏକ ଅଭିନବ ଉଦ୍ୟମ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଅନ୍ୟପକ୍ଷରେ ଆଗାମୀ ଦିନରେ ୧୦୦ଲକ୍ଷ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୬ହଜାର ୫୦୦ଟି ପ୍ରକଳ୍ପ ବ୍ୟାପକ ରୋଜଗାର ସୃଷ୍ଟି କରିବା ସହ ବ୍ୟବସାୟିକ ଅଭିବୃଦ୍ଧିକୁ ଉଚ୍ଚସ୍ତରକୁ ନେବ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବଜେଟ୍‍ ଦେଶର ବିକାଶ ନିମିତ୍ତ ସମସ୍ତ ଆବଶ୍ୟକତାକୁ ପୂରଣ କରିବ ଏବଂ ଚଳିତ ଶତାବ୍ଦୀରେ ଦେଶ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକର ସମାଧାନ ଦିଗରେ ମଧ୍ୟ ସହାୟତା କରିବ। ସେ କହିଛନ୍ତି ସରକାରୀ ଚାକିରି ପାଇଁ ଏକକ ଅନ୍‍ଲାଇନ୍‍ ପରୀକ୍ଷା, କିଷାନ ରେଳ ଏବଂ କିଷାନ ଉଡ଼ାନ ଯୋଜନା ଦେଶର ବିଭିନ୍ନ ବର୍ଗର ନାଗରିକଙ୍କୁ ସହଜ ବ୍ୟବସାୟ ପାଇଁ ପଥ ଉନ୍ମୁକ୍ତ କରିବ। ଏହି ବଜେଟ୍‍କୁ ପ୍ରଧାନମନ୍ତ୍ରୀ ଲୋକମାନଙ୍କ ବଜେଟ୍‍ କହିବା ସହ ଟିକସ ହ୍ରାସ ଦ୍ୱାରା ସାଧାରଣ ଲୋକଙ୍କୁ ଅଧିକ ବ୍ୟୟ କରିବାର ସୁଯୋଗ ସୃଷ୍ଟି କରିଛି ବୋଲି କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଲୋକମାନଙ୍କ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଥମଥର ପାଇଁ ଏଭଳି ବଜେଟ୍‍ ପ୍ରସ୍ତୁତ କରାଯାଇପାରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories