www.samajalive.in
Sunday, December 7, 2025
23.1 C
Bhubaneswar

ବଜେଟ ୨୦୨୦: କେଉଁ ସମାଗ୍ରୀ ଶସ୍ତା ଏବଂ କେଉଁଟି ମହଙ୍ଗା

ନୂଆଦିଲ୍ଳୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ସଂସଦରେ ୨୦୨୦-୨୧ ବର୍ଷର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ଲୋକମାନଙ୍କ ପାଇଁ ଅନେକ କିଛି ଘୋଷଣା ହୋଇଛି। ଏହି ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ଛାଡ଼ ସୀମାକୁ ୫ଲକ୍ଷ ଟଙ୍କା ପର୍ୟ୍ୟନ୍ତ କୋହଳ କରିଛନ୍ତି । ଏହା ସହିତ ଟିକସ ବ୍ୟବସ୍ଥାକୁ ମଧ୍ୟ ଆହୁରି ସରଳ କରିବାକୁ ସେ ଘୋଷଣା କରିଛନ୍ତି। ପ୍ରତିଥର ପରି ଚଳିତ ବଜେଟ ପରେ କିଛି ସାମଗ୍ରୀ ମହଙ୍ଗା ହୋଇଥିବା ବେଳେ କିଛି ସାମଗ୍ରୀର ଦର ଶସ୍ତା ହୋଇଛି। ଆସନ୍ତୁ ଜାଣିବା କେଉଁ ସାମଗ୍ରୀ ମହଙ୍ଗା ହୋଇଛି ଏବଂ କେଉଁଟି ଶସ୍ତା..

ବଜେଟ୍ ପରେ ଶସ୍ତା ହୋଇଥିବା ସାମଗ୍ରୀ

- Advertisement -

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବା ପରେ ସୋୟା ବଡି, କେତେକ ଆଲକୋହଲ ଯୁକ୍ତ ଥଣ୍ଡା ପାନୀୟ , ପଶୁଜାତ ଉତ୍ପାଦ, ବିଦ୍ୟୁତଚାଳିତ କାର, ଗୃହ ଋଣ, ତୈଳ, ସାମ୍ପୁ, ଟୁଥପେଷ୍ଟ, ଡିଟରଜେଣ୍ଟ, ଟିଭି, ପ୍ରିଣ୍ଟର, ଖବରକାଗଜରେ ବ୍ୟବହୃତ କାଗଜ, ସାନିଟାରୀ ଉପକରଣ, ବ୍ରିଫ କେସ୍, ବ୍ୟାଗ, ବୋତଲ, ଚଷମା ଫ୍ରେମ, ଗଦି, ବାଉଁଶର ଫର୍ଣ୍ଣିଚର, ସୁଖିଲା ନଡ଼ିଆ, ଧୂପକାଠୀ, ପାସ୍ତା, ଚକଲେଟ୍, କଷ୍ଟର୍ଡ ପାଉଡର ଆଦି ସାମଗ୍ରୀ ଶସ୍ତା ହେବ।

ବଜେଟ ଉପସ୍ଥାପନ ପରେ ମହଙ୍ଗା ହୋଇଥିବା ସାମଗ୍ରୀ

ଚଳିତ ବଜେଟ୍ ପରେ ମହଙ୍ଗା ହୋଇଥିବା ସାମଗ୍ରୀ ମଧ୍ୟରେ ମେଡିକାଲ ଉପକରଣ, ପେଟ୍ରୋଲ-ଡିଜେଲ, ଅଟୋ ପାର୍ଟ୍ସ, ସିନ୍ଥେଟିକ୍ ରବର, କାଜୁ, ସୁନା ଗହଣା, ଏସି, ଅପଟିକାଲ ଫାଇବର, ସାଉଣ୍ଡ, ଷ୍ଟେନଲେସ ଉତ୍ପାଦ, ଭିଡ଼ିଓ ରେକର୍ଡ଼ର, ତମାଖୁ ଜାତୀୟ ଦ୍ରବ୍ୟ, ଆମଦାନୀ ହେଉଥିବା ଜୋତା ଓ ଫର୍ଣ୍ଣିଚର, ବଟର ଘିଅ, ବଟର ତେଲ, ଖାଇବା ତେଲ, ପନିର ବଟର, ଅଟୋମୋବାଇଲର ଲ୍ୟାମ୍ପ ଓ ବିମ୍ ଲାଇଟ, ମୋଟର ଯାନରେ ବ୍ୟବହୃତ ତାଲା, ଚୀନାମାଟି ନିର୍ମିତ ବାସନ, ଷ୍ଟିଲ୍, ତମ୍ବା ବାସନ, ଆମଦାନୀ ହେଉଥିବା ପ୍ୟାକେଟ୍ ଖାଦ୍ୟ ଦ୍ରବ୍ୟ, ସିସିଟିଭି କ୍ୟାମେରା, ଗାଡ଼ିର ହର୍ଣ୍ଣ ଆଦି ସାମଗ୍ରୀ ମହଙ୍ଗା ହେବ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories