www.samajalive.in
Sunday, December 7, 2025
26.1 C
Bhubaneswar

ମାନିଲେ ସୀତାରମଣ, ଭାଷଣ ଲମ୍ବା ଥିଲା

ଭୁବନେଶ୍ୱର/ନୂଆଦିଲ୍ଲୀ: ବଜେଟ ଉପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା ନେଇ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମାନିଛନ୍ତି ଯେ ବଜେଟ ଭାଷଣ ବହୁତ ଦୀର୍ଘ ଥିଲା। ପାଖାପାଖି ଅଢେଇ ଘଣ୍ଟାରୁ ଅଧିକ ଥିଲା ବଜେଟ ଅଭିଭାଷଣ। ସେ କହିଛନ୍ତି ଯେ ବଜେଟ ପଢି ଶୁଣାଇବା ଏତେ ସମୟ ନେବ ବୋଲି ତାଙ୍କୁ ଜଣା ନ ଥିଲା। ସେ ଏକଥା ମଧ୍ୟ ପ୍ରକାଶ କରିଛନ୍ତି ଯେ ଏତେ ଦୀର୍ଘ ବଜେଟ ଭାଷଣ ପାଇଁ ସେ ଅର୍ଥ ବିଭାଗ ସଚିବଙ୍କୁ ମଧ୍ୟ ପଚାରିଥିଲେ। ତେବେ ବଜେଟରେ ରୋଜଗାର ଓ ନିଯୁକ୍ତି ଉପରେ ଅଧିକ ତଥ୍ୟ ଦିଆଯାଇଥିବା ସେ କହିଛନ୍ତି। ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣ ବହୁତ ଦୀର୍ଘ ଥିଲା ବୋଲି କହିବା ସହ ରାହୁଲ ଗାନ୍ଧୀ କହିଛନ୍ତି ଯେ ଏଥିରେ ରୋଜଗାର ସୃଷ୍ଟି ପାଇଁ କୌଣସି ବ୍ୟବସ୍ତା ଥିବା ଭଳି କିଛି ନାହିଁ।

ଆଜିର ବଜେଟକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସ ନେତା କପିଲ ଶିବଲ କହିଛନ୍ତି ଯେ ଅର୍ଥମନ୍ତ୍ରୀ ଅଭିବୃଦ୍ଧି ହାର ୩.୮ ପ୍ରତିଶତ ହ୍ରାସ ପାଇଥିବା ସ୍ୱୀକାର କରିବା ନେଇ ସେ ଖୁସି। ସେ କହିଛନ୍ତି, ଯଦି ଆମେ ସବୁ ରାଜ୍ୟ ସହ ଏହାକୁ ସମଷ୍ଟିଗତ ଭାବେ ବିଚାର କରିବା ତେବେ ତାହା ୮ ପ୍ରତିଶତରେ ପହଂଚିବ ଯାହା ଦେଶର ଅର୍ଥନୈତିକ ବ୍ୟବସ୍ତା ପାଇଁ ଚିନ୍ତାଜନକ। ଅଛେ ଦିନ ଓ ନ୍ୟୁ ଇଣ୍ଡିଆ ପରେ ସରକାର ଏବେ ୫ ଟ୍ରିଲିଅନ ଅର୍ଥନୀତି କଥା ଭୁଲିଯାଇ ଥିବା କଂଗ୍ରେସ କହିଛି। ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ନେତା ସୀତାରାମ ୟେଚୁରି କହିଛନ୍ତି, ଯେବେ ଯାଏଁ ମୋଦି ସରକାରଙ୍କ ମନ୍ତ୍ରୀ ଓ ବିଜେପି ନେତା ଭାରତୀୟ ସମାଜକୁ ନଷ୍ଟଭ୍ରଷ୍ଟ କରିବା ପାଇଁ କାମ କରୁଥିବେ, ସେ ଯାଏଁ ଦେଶର କୌଣସି ଆର୍ଥିକ ପୁନଃରୁଥାନ ହୋଇ ପାରିବ ନାହିଁ। ଅନ୍ୟ ପକ୍ଷରେ ରାଷ୍ଟ୍ରୀୟ ଜନତା ଦଳ କହିଛି, ଗୁଳି ମାର ବୋଲି କହୁଥିବା ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଆଜି ଦେଶକୁ କହୁଛନ୍ତି ଯେ ବଜେଟ ସବକା ସାଥ, ସବକା ବିକାଶକୁ ନେଇ ପ୍ରସ୍ତୁତ କରାଯାଇଛି।

- Advertisement -

ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଛନ୍ତି, ନିର୍ମଳା ସୀତାରମଣ ଓ ଅନୁରାଗ ଠାକୁର ବେକାରୀ ସମସ୍ୟା, କୃଷକ ଆତ୍ମହତ୍ୟା, ହ୍ରାସ ପାଉଥିବା ଜିଡିପି ଭଳି ସମସ୍ୟା ମଧ୍ୟରେ ବଜେଟ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଯେ ଅନୁରାଗ ଠାକୁର କହିଥିବେ ଯେ କୃଷକ, ବ୍ୟବସାୟୀ ଓ ବେକାରମାନଙ୍କୁ ଗୁଳି ମାରିଦିଅ! କଂଗ୍ରେସ ପ୍ରବକ୍ତା ଜୟବିର ସେରଗିଲ କହିଛନ୍ତି, ଅର୍ଥ ବ୍ୟବସ୍ଥାକୁ ବର୍ବାଦ କରିଥିବା ଅର୍ଥମନ୍ତ୍ରୀ ଦେଶବାସୀଙ୍କ କ୍ଷମା ମାଗିବା ଉଚିତ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories