ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ବୌଦ୍ଧ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭଗବାନ କହଁର
ବୌଦ୍ଧ : ବୌଦ୍ଧ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବ ନିଯୁକ୍ତ ଅଧ୍ୟକ୍ଷ ଭଗବାନ କହଁର ଗୁରୁବାର ବୌଦ୍ଧ ଠାରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ଜନଜାତି ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ପାଇଁ ଓଡ଼ିଶା ସରକାର ବୌଦ୍ଧ ଜିଲାରେ ଏକ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ସୃଷ୍ଟି କରିଛନ୍ତି। ଏହା ସହ ପ୍ରଥମ ଅଧ୍ୟକ୍ଷ ଭାବେ ପୂର୍ବତନ କଣ୍ଟାମାଳ ବିଧାୟକ ଭଗବାନ କହଁରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ଆଜି ନବ ନିଯୁକ୍ତ ଅଧ୍ୟକ୍ଷ ପଞ୍ଚାୟତିରାଜ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ସାକ୍ଷାତ କରିଥିଲେ। ମନ୍ତ୍ରୀ ନବ ନିଯୁକ୍ତ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଗାମୀ ଦିନରେ ଆଦିବାସୀଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।
ସୂଚନାଯୋଗ୍ୟ, ଜନଜାତି ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ପାଇଁ ଓଡ଼ିଶା ସରକାର ବୌଦ୍ଧ ଜିଲାରେ ଏକ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ସୃଷ୍ଟି କରିଛନ୍ତି । ସେ ମଧ୍ୟ ଆଜି ନବ ନିଯୁକ୍ତ ଅଧ୍ୟକ୍ଷ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କୁ ସାକ୍ଷାତ କରିଥିଲେ। ଏହାପରେ ସେ ବୌଦ୍ଧ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ଅବସରରେ ବିଜେଡି ଯୁବ ନେତା ଅଶୋକ ସାହୁ, ବିଜୁ ଯୁବ ଜନତା ଦଳର କର୍ମକର୍ତା ଓ ଅନ୍ୟମାନେ ଭଗବାନ କହଁର ଙ୍କୁ ସ୍ୱାଗତ କରିଥିଲେ।
Comments are closed.