ଶେଷ ପର୍ଯ୍ୟାୟରେ ବୌଦ୍ଧ ମହୋତ୍ସବ ପ୍ରସ୍ତୁତି , ଆୟୋଜିତ ହେବ ପଲ୍ଳିଶ୍ରୀ ମେଳା ଓ ବୟନିକା ହସ୍ତତନ୍ତ ପ୍ରଦର୍ଶନୀ

ବୌଦ୍ଧ:  ବୌଦ୍ଧ ଜିଲା ସ୍ୱନକ୍ଷତ୍ର ଦିବସ ଅବସରରେ ମଙ୍ଗଳବାର ଆରମ୍ଭ ହେବାକୁ ଯାଉଛି ମହାନ ସାଂସ୍କୃତିକ ଉତ୍ସବ ବୌଦ୍ଧ ମହୋତ୍ସବ। ଏହି ଅବସରରେ ପଲ୍ଲିଶ୍ରୀ ମେଳା ଓ ବୟନିକା ହସ୍ତତନ୍ତ ପ୍ରଦର୍ଶନୀ ଆୟୋଜିତ ହେବ। ଏଥିପାଇଁ ପ୍ରଶାସନର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚଛି। ମହୋତ୍ସବ ୨ ତାରିଖଠାରୁ ଆରମ୍ଭ ହୋଇ ୬ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ଦିନ ବ୍ୟାପୀ ସହରର କଚେରୀ ପଡିଆ ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଜିଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ, ଓରମାସ ଓ ବୟନିକା ମିଳିତ ସହଯୋଗରେ ହେବାକୁ ଯାଉଥିବା ମହୋତ୍ସବରେ ଏଥର ୧୬୦ ଗୋଟି ଷ୍ଟଲ ଖୋଲାଯାଇଥିବାବେଳେ ସେଥିମଧ୍ୟରେ ପଲ୍ଳିଶ୍ରୀ ୭୫ ଗୋଟି ହସ୍ତଶିଳ୍ପ ୨୫ଗୋଟି , ଖାଦ୍ୟ ଷ୍ଟଲ ୨୦ଗୋଟି ,ବିଭନ୍ନ ବିଭାଗୀୟ ଷ୍ଟଲ ୩୦ ଗୋଟି , ଓ ଅନ୍ୟ ଷ୍ଟଲ ମଧ୍ୟ ପ୍ରର୍ଦଶିତ ହେବ।

ଏଥର ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ସାଂସ୍କୃତିକ ଦଳ ଅଂଶଗ୍ରହଣ କରୁଥିବା ବେଳେ ଜିଲ୍ଲାର ମଧ୍ୟ ସାଂସ୍କୃତିକ ଦଳ ଗୁଡିକ ଅଂଶ ଗ୍ରହଣ କରିବାର ରହିଛି। ଏଥି ସହିତ ମଙ୍ଗଳବାର ଦିନ ଏକ ବିରାଟ ସାଂସ୍କୃତିକ ଓ ମଶାଲ ଶୋଭାଯାତ୍ରା ସହରର ରାଜବାଟି ସ୍ଥିତ ବୁଦ୍ଧ ମନ୍ଦିର ଠାରୁ ବାହରି ମହୋତ୍ସବ ପଡିଆରେ ପହଞ୍ôଚବାର କାର୍ଯ୍ୟକ୍ରମ ରହିଛି। ମହୋତ୍ସବ ଅବସରରେ ମଙ୍ଗଳବାର ଦିନ ମହୋତ୍ସବ ପଡିଆରେ ସାଂସ୍କୃତିକ ପତାକା ଉନ୍ମୋଚନ ହେବାର ଅଛି। ମହୋତ୍ସବ ପାଇଁ ପୁରା ବୌଦ୍ଧ ସହରର ଚଳଚଞ୍ଚଳ ହୋଇପଡିଛି।

ମହୋତ୍ସବ ନେଇ ସନ୍ଧ୍ୟାରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା। ଏହି ସମ୍ମିଳନୀରେ ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରବିନାରାୟଣ ତ୍ରିପାଠୀ, ଉପଜିଲ୍ଲାପାଳ ରବିନ୍ଦ୍ରନାଥ କହଁର, ବୌଦ୍ଧ ଗଡ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର, କନ୍ଧମାଳ ସାଂସଦ ପ୍ରତିନିଧି ତାରେଣୀ କୁମାର ମହାପାତ୍ର, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

Comments are closed.