www.samajalive.in
Tuesday, December 9, 2025
17.1 C
Bhubaneswar

ବିଜେଡିର ଟାର୍ଗେଟ – ନୂଆ ମୁହଁ, ବଦଳ ଆସନ

ଡେସ୍କ: ଲୋକସଭା ନିର୍ବାଚନ ୨୦୨୪ ଓ ରାଜ୍ୟ ବିଧାନସଭା ନିର୍ବାଚନ ନିମନ୍ତେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏଥିରେ ରାଜ୍ୟ ବିଧାନସଭା ନିର୍ବାଚନ ନିମନ୍ତେ ୭୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଲୋକସଭା ନିମନ୍ତେ ଦଳ ୯ ଜଣଙ୍କ ନାମ ଘୋଷଣା କରିଛି।

ହିନ୍ଦୁ ନବବର୍ଷ ; ମଙ୍ଗଳ ରାଜା,ଶନି ମହାମନ୍ତ୍ରୀ, ଦେଶରେ ପଡିକ କି ପ୍ରଭାବ..

- Advertisement -

ଘୋଷଣା କରାଯାଇଥିବା ପ୍ରାର୍ଥୀ ତାଲିକାରେ ପୁରୁଣା ସ୍ଥାନରେ କିଛି ନୂଆ ବ୍ୟକ୍ତିଙ୍କୁ ଉପସ୍ଥାପନ କରାଯାଇଛି। ସେହିପରି କିଛି ପ୍ରାର୍ଥୀଙ୍କୁ ନିଜର ଚିରାଚରିତ ଆସନ ବଦଳରେ ଭିନ୍ନ ସ୍ଥାନ ପାଇଁ ମନୋନୀତ କରାଯାଇଛି। ଏମିତି କି ବିଜେଡି ଏଥର କିଛି ନିର୍ବାଚନ ମଣ୍ଡଳୀରେ ବାପାଙ୍କ ସ୍ଥାନରେ ପୁଅଙ୍କୁ ଟିକେଟ୍‌ ଦେଇଥିବା ବେଳେ କିଛି ଆସନରେ ନୂଆ ପ୍ରାର୍ଥୀଙ୍କୁ ଟିକେଟ୍‌ ଦେଇଛି।

ଇଡି ହେପାଜତରେ ବିଗିଡ଼ିଲା କେଜ୍ରିୱାଲଙ୍କ ସ୍ବାସ୍ଥ୍ୟାବସ୍ଥା

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଓ ବାଲେଶ୍ବର ଜିଲ୍ଲା ବସ୍ତାରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରିଛି। ପାଟକୁରାରେ ସାବିତ୍ରୀ ଅଗ୍ରୱାଲଙ୍କ ସ୍ଥାନରେ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଓ ବସ୍ତାରେ ନିତ୍ୟାନନ୍ଦ ସାହୁଙ୍କ ସ୍ଥାନରେ ସୁଭାଶିନୀ ଜେନାଙ୍କୁ ଟିକଟ୍‌ ମିଳିଛି। ଭଦ୍ରକରୁ ବିଜେଡି ବିଧାୟକ ସଂଜୀବ ମଲ୍ଲୀକଙ୍କୁ ଭଣ୍ଡାରୀପୋଖରୀରୁ ଟିକେଟ ମିଳିଛି। ଅପରପକ୍ଷେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଏଥର ଭଦ୍ରକରୁ ନିର୍ବାଚନ ଲଢ଼ିବେ। ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ବ୍ରହ୍ମଗିରିରୁ ଟିକେଟ ହାତେଇ ଥିବା ବେଳେ ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମାଙ୍କୁ ବିଜେଡି ସତ୍ୟବାଦୀରେ ପ୍ରାର୍ଥୀ କରିଛି।

ସମ୍ବଲପୁରରେ ହେବ ବିଗ୍‍ ଫାଇଟ୍‍: ମଇଦାନରେ ପ୍ରଣବ-ଧର୍ମେନ୍ଦ୍ର

ସେହିପରି ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଓ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ପରେ ବିଜେଡି ଉଭୟଙ୍କ ପୁଅ ସୁନୀଲ ମହାନ୍ତିଙ୍କୁ ପୁରୀରୁ ଓ ବିପ୍ଲବ ପାତ୍ରଙ୍କୁ ଦିଗପହଣ୍ଡିରୁ ବିଧାୟକ ପ୍ରାର୍ଥୀ କରିଛି। ସେହିପରି ଚିକିଟି ବିଧାୟିକା ଉଷାଦେବୀଙ୍କ ପୁଅ ଚିନ୍ମୟନନ୍ଦ ସ୍ବରୂପ ଦେବଙ୍କୁ ଟିକେଟ୍‌ ଦେଇଛି। ନୂଆ ମୁହଁ ଭାବେ ଏଥର ବିଜେଡି ଟିକେଟରେ ଧାମନଗରରୁ ସଂଜୟ ଦାସ ଓ ଯାଜପୁରରୁ ସୁଜାତା ସାହୁ ଲଢ଼ିବେ।

ବିଜେଡିର ଲୋକସଭା ପ୍ରାର୍ଥୀ ଘୋଷଣା

ଅନ୍ୟପକ୍ଷରେ ଲୋକସଭା ପାଇଁ ବିଜେଡିରେ ନୂତନ ଭାବେ ଯୋଗ ଦେଇଥିବା କେନ୍ଦ୍ରାପଡାରୁ ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଭୁବନେଶ୍ୱରରୁ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ କଳାହାଣ୍ଡିରୁ ଲମ୍ବୋଦର ନିଆଲ ପ୍ରାର୍ଥୀ ହୋଇଥିବା ବେଳେ ସମ୍ବଲପୁରରୁ ପ୍ରଣବ ପ୍ରକାଶ ଦାସ, ସୁନ୍ଦରଗଡରୁ ଦିଲୀପ ତିର୍କି, ମୟୂରଭଞ୍ଜରୁ ସୁଦାମ ମାରାଣ୍ଡି, ନବରଙ୍ଗପୁରରୁ ପ୍ରଦୀପ ମାଝି, କୋରାପୁଟରୁ କୌଶଲ୍ୟା ହିକାକା ଏବଂ ଆସ୍କାରୁ ରଂଜିତା ସାହୁଙ୍କୁ ପ୍ରାର୍ଥୀ କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories