www.samajalive.in
Friday, December 5, 2025
27.1 C
Bhubaneswar

ଦିଲ୍ଲୀ ହୋଟେଲରେ ୭୦ ପାକିସ୍ତାନୀ ନାଗରିକ, ପୁଲିସର ନିଦ ହଜିଲା

ନୂଆଦିଲ୍ଲୀ: ଦିଲ୍ଲୀର ଏକ ହୋଟେଲରେ ୭୦ରୁ ଅଧିକ ପାକିସ୍ତାନୀ ନାଗରିକ ରହିଥିବା ନେଇ ଗୁଇନ୍ଦା ତଥ୍ୟ ମିଳିବା ପରେ ପୁଲିସର ନିଦ ହଜିଯାଇଛି। ଦିଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହିତ ହୋଟେଲ ଚାରିପାଖରେ ଅର୍ଦ୍ଧସାମରିକ ବଳ ମୁତୟନ କରାଯାଇଛି। ତେବେ କ’ଣ ପାଇଁ ଏତେ ସଂଖ୍ୟକ ପାକ୍‌ ନାଗରିକ ହୋଟେଲରେ ଅଟକିଛନ୍ତି ସେ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।

ସୂଚନା ଅନୁସାରେ, ଶୁକ୍ରମାର ବିଳମ୍ବିତ ରାତିରେ ହଠାତ୍‌ ପୁଲିସକୁ ଗୁଇନ୍ଦା ସୂଚନା ମିଳିଥିଲା ଯେ, ପାହାଡଗଞ୍ଜସ୍ଥିତ ଏକ ହୋଟେଲରେ ବହୁ ସଂଖ୍ୟାରେ ପାକିସ୍ତାନୀ ନାଗରିକ ରହୁଛନ୍ତି। ସେମାନଙ୍କ ଗତିବିଧି ମଧ୍ୟ ସନ୍ଦେହଜନକ ରହିଥିବା ସୂଚନା ମିଳିଥିଲା। ଏହା ପରେ ତୁରନ୍ତ ପୁଲିସ ବିଭାଗର ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ଥାନାରୁ ଶତାଧିକ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ରାତି ତମାମ୍‌ ପୁଲିସ ଘଟଣାର ଖୋଳତାଡ଼ କରିଥିଲା। ମାତ୍ର ଏ ସମ୍ପର୍କରେ ଅଧିକ ସୂଚନା ମିଳିପାରି ନାହିଁ। ଏତେ ସଂଖ୍ୟାରେ ପାକିସ୍ତାନୀ ରାଜଧାନୀର ଏକ ହୋଟେଲରେ ରହିବା ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।

Hot this week

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

Related Articles

Popular Categories