ତାତି ସାଙ୍ଗକୁ ଗୁଳୁଗୁଳି ; ସାଢେ ୮ଟା ସୁଦ୍ଧା ୩୬ ଡିଗ୍ରୀ ଟପିଲା ତାପମାତ୍ରା
ଆହୁରି ୪ ଦିନ ହିଟ୍ ୱେଭ୍
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ। ତାତି ସାଙ୍ଗକୁ ହେଉଛି ଗୁଳୁଗୁଳି। ଶନିବାର ସକାଳ ସାଢେ ୮ଟା ସୁଦ୍ଧା ୩୬ ଡିଗ୍ରୀ ଟପିଲା ତାପମାତ୍ରା। ୩୬.୮ ଡିଗ୍ରୀ ସହ ତାଳଚେରର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ୩୬, ଭୁବନେଶ୍ୱର ଓ ଜଗତସିଂହପୁର ୩୩.୪, କଟକ ୩୩ ଡିଗ୍ରୀ ରେକର୍ଡ କରାଯାଇଛି।
ଆଜି ସକାଳ ୮ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ତାଳଚେର ୩୬.୮°C
ବାରିପଦା ୩୬ °C
କେନ୍ଦୁଝର ୩୪.୮°C
ରାଉରକେଲା ୩୪.୮°C
ବଲାଙ୍ଗୀର ୩୪.୮°C
ଭବାନୀପାଟଣା ୩୪°C
ବାଲେଶ୍ୱର ୩୪°C
ବୌଦ୍ଧ ୩୪°C
ଅନୁଗୁଳ ୩୩.୬°C
ଭୁବନେଶ୍ୱର ୩୩.୪°C
ଜଗତସିଂହପୁର ୩୩.୪°C
ଭଦ୍ରକ ୩୩°C
ଟିଟିଲାଗଡ ୩୩°C
କଟକ ୩୩°C
ଯାଜପୁର ୩୩°C— Meteorological Centre, Bhubaneswar (@mcbbsr) April 27, 2024
ବୃହସ୍ପତି ଚଳନ : ୧୨ ବର୍ଷ ପରେ ବୃଷ ରାଶିରେ ଦେବଗୁରୁ, ୧୨ ରାଶିରେ ପ୍ରଭାବ.. କେତେ ଶୁଭ..
ସେହିପରି ରାଜ୍ୟରେ ଆହୁରି ୪ ଦିନ ଲାଗି ରହିବ ହିଟ୍ ୱେଭ୍। ହିଟ୍ ୱେଭ୍ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ପକ୍ଷରୁ ସୂଚନା ମିଳିଛି। ଉତ୍ତର ଓ ପଶ୍ଚିମ ଆଭ୍ୟନ୍ତରୀଣ ଓଡିଶାରେ ହିଟ୍ ୱେଭ୍ ରହିବ। ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ ଓ ଯାଜପୁର ଜିଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।
୩୦ ତାରିଖ ପର୍ଯ୍ୟନ୍ତ ଆକାଶରୁ ନିଆଁ ବର୍ଷିବ ; ଏସବୁ ଜିଲାକୁ ସତର୍କ ସୂଚନା ଜାରି..
Comments are closed.