ସୁନ୍ଦରଗଡ: ରାଜ୍ୟରେ ଥମୁନି ଜଙ୍ଗଲ ନିଆଁ। ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଓଡ଼ିଶାର ଜଙ୍ଗଲ ପ୍ରତି ବିପଦ ସୃଷ୍ଟି ହୋଇଛି। ଏବେ ସୁନ୍ଦରଗଡ ବରସୁଆଁ ବନାଞ୍ଚଳ ଅଧିନ ସାରକୁଣ୍ଡା ରିଜର୍ଭ ଫରେଷ୍ଟରେ ଲାଗିଛି ନିଆଁ। ନିଆଁ କବଳରେ ବହୁ ମୂଲ୍ୟବାନ ଗଛ ପୋଡି ପାଉଁଶ ହୋଇଯାଇଛି। ଜଙ୍ଗଲରେ ଥିବା ଗଛ ଲତା ସହିତ ଜୀବଜନ୍ତୁ ମଧ୍ୟ ବିପଦରେ ପଡିଛନ୍ତି। ନିଆଁ ଲାଗିବା ଫଳରେ ଜଙ୍ଗଲ ନିକଟରେ ଥିବା ଗାଁ ଗୁଡିକରେ ଧୁଆଁମୟ ହୋଇଛି। ଦୁଇ ଦିନ ହେବ ଏହି ଜଙ୍ଗଲ ଜଳୁଥିବା କୁହାଯାଉଛି।
Popular Categories



