www.samajalive.in
Saturday, December 6, 2025
19.1 C
Bhubaneswar

ଅଯୋଧ୍ୟାରୁ ୯୩ ଶିଶୁ ଉଦ୍ଧାର, ବିହାର ଚାଲାଣ ହେଉଥିଲେ

ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାରୁ ୯୩ ଶିଶୁଙ୍କୁ ଉଦ୍ଧାର କରିଛି ସ୍ଥାନୀୟ ପୁଲିସ। ଏସବୁ ଶିଶୁମାନଙ୍କୁ ଉତ୍ତରପ୍ରଦେଶରରୁ ବିହାରକୁ ଚାଲାଣ କରାଯାଉଥିବା ସମୟରେ ଚାଇଲ୍‌ଡ ଲାଇନ୍‌ ସହାୟତାରେ ପୁଲିସ ଚଢ଼ାଉ କରି ସେମାନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି। ସମସ୍ତ ପିଲାଙ୍କ ବୟସ ୫ରୁ ୯ବର୍ଷ ମଧ୍ୟରେ ହେବ।

ଏକ ବଡ଼ ଧରଣର ମାନବ ଚାଲାଣ ନେଇ ଖବର ମିଳିବା ପରେ ପୁଲିସ ଅଯୋଧ୍ୟାର ଦେବକଲୀ ନିକଟରେ ଗୋଟିଏ ବସ୍‌ ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ବସ୍‌ ଭିତରେ ଏହି ଶିଶୁମାନଙ୍କୁ ଖୁନ୍ଦାଖୁନ୍ଦି କରି ଭର୍ତ୍ତି କରାଯାଇଥିବା ଦେଖିବାକୁ ମିଳିଥିଲା। ସେଠାରୁ ପିଲାମାନଙ୍କୁ ଉଦ୍ଧାର କରି ଚାଇଲ୍ଡଲାଇନକୁ ନିଆଯାଇଥିଲା। ଚାଇଲ୍ଡଲାଇନ୍‌ ସଦସ୍ୟ ସୁନୀତା ଯାଦବ କହିଛନ୍ତି ଯେ, ପିଲାମାନଙ୍କର କାଉନ୍‌ସେଲିଂ କରାଯାଉଛି। ସେମାନଙ୍କୁ କୁଆଡ଼େ ନିଆଯାଉଥିବା ସେ ସମ୍ପର୍କରେ ସେମାନେ କିଛି ଜାଣି ନାହାନ୍ତି। ଏପରି କି ପିଲାମାନେ ପରସ୍ପରଙ୍କୁ ମଧ୍ୟ ଚିହ୍ନି ନ ଥିବା କହିଛନ୍ତି। ସେମାନଙ୍କ ଆଧାର କାର୍ଡ ଯାଞ୍ଚ କରାଯିବା ପରେ ସେସବୁ ଜାଲ୍‌ ଥିବା ଜଣାପଡ଼ିଛି। କାରଣ ପିଲାମାନେ କହୁଥିବା ଠିକଣା ଏବଂ ଆଧାର କାର୍ଡରେ ଥିବା ଠିକଣା ମେଳ ଖାଉନାହିଁ।

- Advertisement -

ଅନ୍ୟପଟେ ପିଲାମାନଙ୍କୁ ମଦ୍ରାସା ନିଆଯାଉଥିବା ଜଣାପଡ଼ିଛି। ପିଲାମାନେ କହିଛନ୍ତି ଯେ, ସେମାନଙ୍କୁ କୁଆଡ଼େ ନିଆଯାଉଥିବା ସେମାନେ ଜାଣି ନାହାନ୍ତି। କିନ୍ତୁ ହାଫିଜ୍‌ ନାମକ ଜଣେ ବ୍ୟକ୍ତି ସେମାନଙ୍କ ଘରକୁ ଫୋନ କରି ପିଲାଙ୍କୁ ପଠାଇବାକୁ କହିଥିଲେ। ଫଳରେ ମା’ବାପାମାନେ ବସ୍‌ରେ ବସାଇ ଛାଡ଼ି ଦେଇଥିଲେ। ଚାଲାଣ ସମୟରେ ଧରାପଡ଼ିଥିବା ବ୍ୟକ୍ତିଙ୍କୁ ପିଲାମାନେ ଚିହ୍ନି ନ ଥିବା କହିଛନ୍ତି। ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories