www.samajalive.in
Monday, December 15, 2025
26.1 C
Bhubaneswar

ମଧ୍ୟରାତ୍ରିରେ ସିଆରପିଏଫ କ୍ୟାମ୍ପ ଉପରେ କୁକୀ ଆତଙ୍କବାଦୀଙ୍କ ଆକ୍ରମଣ, ୨ ଯବାନ ଶହୀଦ

ଇମ୍ଫାଲ: ମଣିପୁରର ବିଷ୍ଣୁପୁର ଜିଲା ଅନ୍ତର୍ଗତ ନାରନସେନା ଅଞ୍ଚଳରେ ଥିବା କେନ୍ଦ୍ରୀୟ ସଂରକ୍ଷିତ ପୁଲିସ ବାହିନୀ (ସିଆରପିଏଫ)ର ଏକ କ୍ୟାମ୍ପ ଉପରେ ଆକ୍ରମଣ ହୋଇଛି। କୁକୀ ଆତଙ୍କବାଦୀଙ୍କ ପକ୍ଷରୁ ହୋଇଥିବା ଏହି ଆକ୍ରମଣରେ ୨ ଜଣ ସିଆରପିଏଫ ଯବାନ ସହିଦ ହୋଇଛନ୍ତି।

ସୂଚନା ଅନୁସାରେ, ସିଆରପିଏଫ ୧୨୮ ବାଟାଲିୟନର ଯବାନମାନେ ନାରନସେନା ଅଞ୍ଚଳରେ ମୁତୟନ ହୋଇଥିଲେ। ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୨ଟା ୧୫ ମିନିଟରେ ଯବାନମାନେ ଶୋଇଥିବାବେଳେ କୁକୀ ଆତଙ୍କବାଦୀଙ୍କ ପକ୍ଷରୁ ଅତର୍କିତ ଆକ୍ରମଣ କରାଯାଇଥିଲା। ଯବାନମାନେ ଆକ୍ରମଣ ସମ୍ପର୍କରେ ଜାଣିପାରି ପ୍ରତିଆକ୍ରମଣ କରିଥିଲେ। ଫଳରେ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୨ ଯବାନ ପ୍ରାଣ ହରାଇଥିଲେ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories